ମା’ ନାରେ କଳଙ୍କ, ରାହାଧରି କାନ୍ଦିଲା ବେ।ଲି କୁନି ପୁଅକୁ ନିଆଁରେ ପେ।ଡ଼ି ହତ୍ୟାକଲା

୫ ମାସର କୁନି ପୁଅକୁ ହତ୍ୟାକଲା ମା’, ଅଭିଯୁକ୍ତ ମହିଳାଙ୍କୁ ଗିରଫ କଲା ପେ।ଲିସ୍

ମଧ୍ୟପ୍ରଦେଶ  : ମା ନୁହେଁ ସେ ପିଶାଚୀ । ୧୦ ମାସ ଗର୍ଭଜାତନା ପାଇଁ କୁନି ପୁଅକୁ ଜନ୍ମ କରି ବି ଏତେ ନିଷ୍ଠୁର ସାଜିପାରିଲା କେମିତି ?    ମା’ ନିଜର ଶିଶୁ ପୁତ୍ରକୁ ନିଆଁରେ  ଜାଳି ମାରିଦେଲା । ଏପରି ମାମଲା ସାମ୍ନାକୁ ଆସିଛି, ଯାହା ଶୁଣି ବିଶ୍ୱାସ କରିବା ସମ୍ଭବ ନୁହେଁ । ୫ ମାସର କୁନି ପୁଅଟି ବାରମ୍ବାର କାନ୍ଦିବାରୁ ରାଗରେ ରାକ୍ଷସୀ ମା’ ଏପରି କରିଥିବା ଜଣାପଡ଼ିଛି ।  ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା । ଅଭିଯୁକ୍ତ ମହିଳାଙ୍କୁ ନିଜ ଶିଶୁ ପୁତ୍ରର ହତ୍ୟା ଅଭିଯେ।ଗରେ ଗରିଫ କରିଛି ପେ।ଲିସ୍ । ରାଜ୍ୟ ରାଜଧାନୀ ଭୋପାଳରୁ ୭୮୦ କିଲୋମିଟିର ଦୂରରେ ଘଟିଥିବା ଏହି ଘଟଣା ଦେଶରେ ଚହଳ ପକାଇଛି ।

ସୂଚନା ଅନୁସାରେ, ଚିତରଙ୍ଗୀ ପେ।ଲିସ୍ ଷ୍ଟେସନର ଜଣେ ପେ।ଲିସ୍ ଅଧିକାରୀଙ୍କ ଅନୁସାରେ ଅଭିଯୁକ୍ତ ମହିଳାଙ୍କ ବିରେ।ଧରେ ମହିଳାଙ୍କ ଶାଶୁ ଥାନାରେ ଅଭିଯେ।ଗ କରିଥିଲେ । କୁନି ନାତି ରାହା ଧରି କାନ୍ଦିଲା ବେ।ଲି ମାନସିକ ବିକାରଗ୍ରସ୍ତ ବହୁ ଉତକ୍ଷିପ୍ତ ହ।ଇ ତାକୁ ପେ।ଡ଼ି ଦେଇଥିବା ପେ।ଲିସ ନିକଟରେର ପ୍ରକାଶ କରିଥିଲେ । ନିକଟ ସମ୍ପର୍କୀୟ ଏକଥା ଜାଣିବା ପରେ କୁନି ପୁଅକୁ ବଞ୍ଚାଇବାକୁ ଦୌଡ଼ିଥିଲେ, ହେଲେ ସେତେବେଳକୁ ସବୁକିଛି ଶେଷ ହେ।ଇସାରିଥିଲା ।  ନିଆଁର ଆଁରେ ଜଳିଯାଇଥିଲା ୫ ମାସର କୁନି ପୁଅ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଡ଼ିଯାଇଥିବା ଶିଶୁକୁ ଉଦ୍ଧାର କରି ଏକ କପଡ଼ା ଗୋଡ଼ାଇ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି  ।

ଅଭିଯୁକ୍ତ ମହିଳା ଜଣକ ମଧ୍ୟପ୍ରଦେଶ ସିଙ୍ଗରେ।ଲି ଜିଲ୍ଲାର ସୁଖାର ଗାଁର ୨୭ ବର୍ଷିୟ ମହିଳା ଗୁଡ଼ି ସିଂ । ପୁଅକୁ ପୋଡ଼ି ମାରିବା ଘଟଣାରେ ରବିବାର ଦିନ ପୋଲିସ ତାଙ୍କୁ ଗିରଫ କରିଛି ।  ତେବେ  ଗୁଡ଼ି ସିଂ ଜଣେ ମାନସିକ ବିକାରଗସ୍ତ ମହିଳା ବୋଲି ପୋଲିସ କହିଛି । ଗରିଫ ହେବା ପରେ ନିଜ ଦୋଷ ସ୍ୱୀକାର କରିଥିଲେ ବି ଅଧିକ କିଛି କହିପାରିନଥିଲା ଅଭିଯୁକ୍ତ । ତେଣୁ ତାଙ୍କୁ କାଉନସେଲରଙ୍କ ହେପାଜତରେ ରଖାଯାଇଛି।

ଗିରଫ ହେବା ପରେ ଅଭିଯୁକ୍ତ ମହିଳା ଜଣକ କହିଛନ୍ତି, ସେ କେତେବେଳେ ଓ କିପରି ପୁଅକୁ ନିଆଁ ଲଗାଇଦେଲେ  ତାଙ୍କର କିଛି ମନେ ନାହିଁ ।  ଗୁଡିର ୩ଟି ଝିଅ ଅଛନ୍ତି । ହେଲେ ପୁଅ ଜନ୍ମ  ପରେ ଗୁଡିର ବ୍ୟବହାରରେ ପରିବର୍ତ୍ତନ ହୋଇଥିଲା  । ଅଭିଯୁକ୍ତ ମହିଳାଙ୍କ ମାନସିକ ଅବସ୍ଥା ଭଲନଥିବାରୁ, ଜଣେ ତାନ୍ତ୍ରିକଙ୍କ ଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ଗୁଡି ତନ୍ତ୍ର ବିଦ୍ୟା ପାଇଁ କୁନି ପୁଅକୁ ହତ୍ୟା ହେ।ଇଥାଇପାରେ ବେ।ଲି ପେ।ଲିସ  ସନ୍ଦେହ କରୁଛି । କେବଳ ପେ।ଲିସ ନୁହେଁ ଅଭିଯୁକ୍ତ ମହିଳାଙ୍କ ପରିବାର ଲେ।କ ମଧ୍ୟ ସମାନ୍ ସନ୍ଦେହ କରୁଛନ୍ତି ।  ପୋଲିସ ଏନେଇ ତଦନ୍ତ କରୁଥିବା ସିଙ୍ଗରୌଲି ଏସପି ବିରେନ୍ଦ୍ର ସିଂହ ବଘେଲ କହିଛନ୍ତି।

ସେପଟେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏପରି ଏକ ନୃଶଂସ ଘଟଣା ଘଟିଛି ।  ନିଜ ସ୍ତ୍ରୀକୁ ହତ୍ୟା କରି ମାଟି ତଳେ ପୋତିଦେଲାଇଛି ସୈତାନ ସ୍ୱାମୀ । ସୁନ୍ଦରଗଡ଼ ତଳସରା ଥାନା ସବଡେଗା ଗାଁରେ। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ସବଡେ଼ଗା ବସ୍ତିରେ ରୁହନ୍ତି ଖଏରୁ ନାଏକ ଓ ସ୍ତ୍ରୀ ଶକୁନ୍ତଳା ନାଏକ । ସ୍ତ୍ରୀ ଶକୁନ୍ତଳା ନାଏକ ୩୦ ବର୍ଷ ପୂର୍ବେ ନିଜ ସ୍ୱାମୀ ଓ ଦୁଇ ସନ୍ତାନଙ୍କୁ ଛାଡି ଖଏରୁ ନାଏକଙ୍କ ପାଖକୁ ଚାଲିଆସିଥିଲେ ଓ ତାଙ୍କୁ ବିବାହ କରିଥିଲେ । ଖଏରୁ ମୂଲ ଲାଗି କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଘରକୁ ଘର ବୁଲି କାମଧନ୍ଦା କରୁଥିଲେ। କିନ୍ତୁ ହଠାତ୍ କୁଆଡେ ନିଖୋଜ ହୋଇଗଲେ। ଶେଷରେ ଜୀବନ୍ତ ନୁହେଁ, ମୃତ ଆବସ୍ଥାରେ ମାଟି ତଳୁ ବାହାରିଲା ଶକୁନ୍ତଳାଙ୍କ ଶରୀର ।

ଗାଁ ଲୋକ ଓ ଶକୁନ୍ତଳାଙ୍କ ଝିଅର ଅଭିଯୋଗ ଅନୁସାରେ, ଖଏରୁ ଆଉ ଜଣେ ମହିଳାଙ୍କ ସହିତ ସମ୍ପର୍କ ରହିଛି। ସେହି ମହିଳାଙ୍କ ସହିତ ମିଶି ଖଏରୁ ସ୍ତ୍ରୀ ଶକୁନ୍ତଳାକୁ ମାରି ଦେଇଛନ୍ତି। ସ୍ତ୍ରୀ କୁ ହତ୍ୟା କରି ନିଜ ଘର ବାଡ଼ିରେ ମାଟି ତଳେ ସ୍ୱାମୀ ପୋତିଦେଇଥିଲା। ଗାଁ ଲୋକେ ସନ୍ଦେହ କରି ହତ୍ୟାକାରୀ ସ୍ୱାମୀକୁ ପଚରାଉଚରା କଲା ପରେ ସେ ଗତ ଶନିବାର ଦିନ ସ୍ତ୍ରୀକୁ ହତ୍ୟା କରିଥିଲା। କାଳେ ଜଣାପଡ଼ିଯିବ, ସେଥିପାଇଁ ସ୍ତ୍ରୀକୁ ମାଟିତଳେ ପୋତିଦେଇଥିଲା। ପୋତିବା ପରେ ସେଠାରେ ଗୋଟିଏ କଦଳୀ ଗଛ ଲଗାଇ ଦେଇଥିଲା। କିନ୍ତୁ ସେଠାରେ ଦୁର୍ଗନ୍ଦ ବାହାରିବା ପରେ ଗାଁ ଲୋକଙ୍କ ସନ୍ଦେହ ବଢିଥିଲା। ପରେ ନିଖୋଜ ଥିବା ଶକୁନ୍ତଳା କଥା ପଚାରିବାରୁ  ଗାଁ ଲୋକଙ୍କ ଆଗରେ ସବୁ ସତ ମାନିଯାଇଥିଲା ହତ୍ୟାକାରୀ ସ୍ୱାମୀ।

You might also like