ପ୍ରଥମ ଥର ପାଇଁ ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପଗୁଚ୍ଛ ଅର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଗଣତନ୍ତ୍ର ଦିବସ ପାଳନର ପରମ୍ପରାରେ ଯୋଡ଼ି ହେବ ଏକ ନୂଆ ପୃଷ୍ଠା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀଠାରେ ପୁଷ୍ପଗୁଚ୍ଛ ଅର୍ପଣ କରିବେ।

ଅନ୍ୟପକ୍ଷରେ ଗଣତନ୍ତ୍ର ଦିବସ ଉପଲକ୍ଷେ ଇଣ୍ଡିଆ ଗେଟ୍‌ଠାରେ ଥିବା ଅମର ଯବାନ ଜ୍ୟୋତିଠାରେ ମଧ୍ୟ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ସମ୍ମାନ ପ୍ରଦାନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଏବଂ ୩ ସେବାର ମୁଖ୍ୟ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଗୁରୁବାର ଦିନ ରିପବ୍ଲିକ୍‌ ଡେ’ ଡେପୁଟି ପରେଡ୍‌ କମାଣ୍ଡର ମେଜର ଜେନେରାଲ ଆଲୋକ କକ୍କର କହିଥିଲେ, “ଚଳିତ ବର୍ଷ, ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀ ଯିବେ। ତାଙ୍କୁ ସେଠାରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଏବଂ ୩ ସେବାର ମୁଖ୍ୟ ସ୍ୱାଗତ କରିବେ।”

ଚଳିତବର୍ଷ ଗଣତନ୍ତ୍ର ଦିବସରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାରୁ ୧୬ଟି ମାର୍ଚିଂ କଣ୍ଟିଜେଣ୍ଟ ଭାଗ ନେବେ।

You might also like