ଆସାମ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୪୭ଟି ସିଟ୍‌ରେ ଲଢ଼େଇ

ଗୌହାଟି: ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଆସାମରେ ମୋଟ୍‌ ୧୨୬ଟି ଆସନରୁ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍‌ ଆଜି ୪୭ଟି ଆସନ ପାଇଁ ମତଦାନ ଚାଲିଛି। ନିର୍ବାଚନ ମୈଦାନରେ ୨୬୪ଜଣ ପ୍ରାର୍ଥୀ ଅଛନ୍ତି।

ମତଦାନକୁ ସୁରୁଖୁରୁରେ କରିବା ପାଇଁ ଆସାମର ୧୨ଟି ଜିଲ୍ଲାରେ ୧୧ ହଜାର ୫୩୭ଟି ବୁଥ୍ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସୋନିତପୁର, ବିଶ୍ୱନାଥ, ନଗାଓଁ, ଗୋଲଘାଟ, ଜୋରହାଟ, ମଜୁଲି, ଶିବସାଗର, ଚରାଇଦେଓ, ଲକ୍ଷିମପୁର, ଧେମାଜି, ଦିବ୍ରୁଗଡ଼ ଓ ତିନିସୁକିଆ ଜିଲ୍ଲାରେ ମତଦାନ ହେଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିଏପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ବୁଥ୍ ସଂଖ୍ୟାକୁ ବଢ଼ାଇ ଦିଆଯାଇଛି। ଗୋଟିଏ ବୁଥରେ ସର୍ବାଧିକ ୧ ହଜାର ଭୋଟର ଭୋଟ୍ ଦେବାକୁ ବ୍ୟବସ୍ଥା ହୋଇଛି।

ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ବେଶ ନିର୍ଣ୍ଣାୟକ। କାରଣ ଏହି ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି ରାଜ୍ୟର ହେଭିୱେଟ୍‌ ନେତା। ପ୍ରଥମ ପର୍ଯ୍ୟାୟରେ ରଣାଙ୍ଗନରେ ଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ। ସେ ମଜୁଲିରୁ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ଜୋରହାଟ୍‌ରୁ ପ୍ରାର୍ଥୀ ହୋଇଛନ୍ତି ବାଚସ୍ପତି ହିତେନ୍ଦ୍ର ନାଥ ଗୋସ୍ୱାମୀ।

ଅନ୍ୟପକ୍ଷେ, ପଶ୍ଚିମବଙ୍ଗ, ଆସାମ ବିଧାନସଭା ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟ୍‌, ଅଧିକ ସଂଖ୍ୟାରେ ମତଦାନ କରିବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ

pm modi tweet

ପଢ଼ନ୍ତୁ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ, ମୈଦାନରେ ହେଭିୱେଟ୍‌

You might also like