ଇନ୍ଦୋର : ଦେଶରେ ପ୍ରଥମ ଗ୍ରୀନ୍ ଫଙ୍ଗସ୍ ରୋଗୀ ଚିହ୍ନଟ । ବର୍ତ୍ତମାନ ଭାରତ ବ୍ଲାକ୍ ଫଙ୍ଗସ୍ ଏବଂ କରୋନାର ଦ୍ୱିତୀୟ ଲହରୀରୁ ସମ୍ପୂର୍ଣ୍ଣର୍ ଭାବେ ତ୍ର୍ରାହି ପାଇନଥିବା ଗ୍ରୀନ୍ ଫଙ୍ଗସ୍ ଚିନ୍ତା ବଢ଼ାଇଛି । ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଦେଶର ପ୍ରଥମ ଗୀନ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଗ୍ରୀନ୍ ଫଙ୍ଗସରେ ଆକ୍ରାନ୍ତ ରୋଗୀ ଜଣକ ଏବେ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି । ଗ୍ରୀନ୍ ଫଙ୍ଗସ୍, ବ୍ଲାକ୍ ଓ ହ୍ୱାଇଟ୍ ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।

ଇନ୍ଦୋରର ମାଣିକ ବାଗ ରୋଡ ଅଞ୍ଚଳରେ ରହୁଥିବା ୩୪ ବର୍ଷୀୟ ବିଶାଲ ଶ୍ରୀଧର କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ, ଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକ । କିଛି ଦିନ ପରେ ବିଶାଲ ସୁସ୍ଥ ହୋଇ ଘରକୁ ଆସିଥିଲେ, କିନ୍ତୁ ପୁଣି ଥରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ତାଙ୍କ ଠାରେ ଥିବା ଲକ୍ଷ ଦେଖି ବ୍ଲାକ୍ ଫଙ୍ଗସ୍ ହୋଇଥିବା ସନ୍ଦେହ କରିଥିଲେ ବୋଲି କହିଛନ୍ତି ଶ୍ରୀ ଅରୋବିନ୍ଦୋ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ର ଛାତି ରୋଗ ବିଭାଗର ମୁଖ୍ୟ ଡାକ୍ତର ରବି ଦୋସି । କିନ୍ତୁ ପରୀକ୍ଷଣ ସମୟରେ ଜଣାପଡ଼ିଲା ବିଶାଲଙ୍କ ଫୁସଫୁସ ଏବଂ ରକ୍ତରେ ଗ୍ରୀନ୍ ଫଙ୍ଗସ୍ (Aspergillosis) ସଂକ୍ରମଣ ରହିଛି।

ଆହୁରି ପଢନ୍ତୁ : ରେମଡେସିଭିର ଉପରୁ କମିଲା, ବ୍ଲାକ୍‌ ଫଙ୍ଗସ୍‌ ଔଷଧ ଉପରୁ ହଟିଲା GST

ଡାକ୍ତରଙ୍କ ସୂଚନା ଅନୁସାରେ ବିଶାଳ ଶ୍ରୀଧରଙ୍କ ଫୁସଫୁସରେ ପୂଜ ଭରିଯାଇଥିଲା, ଯାହାକୁ ବାହାର କରିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା । କିନ୍ତୁ ଡାକ୍ତରଙ୍କୁ ଏଥିରେ ସଫଳତା ମିଳିପାରିଲା ନାହିଁ । ଅନେକ ଲକ୍ଷଣ ସହ ବିଶାଲଙ୍କୁ ୧୦୩ ଡିଗ୍ରି ଜ୍ୱର  ଲାଗି ରହୁଥିଲା । ତାଙ୍କର ଫୁସଫୁସ୍ ଏବେ ୯୦ ପ୍ରତିଶତ ସଂକ୍ରମିତ ହୋଇସାରିଛି । ରୋଗୀଙ୍କୁ ଚାଟାର୍ଡ ପ୍ଲେନରେ ମୁମ୍ବାଇ ପଠାଯାଇଛି । ଏବେ ହିନ୍ଦୁଜା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଦେଶରେ ଗ୍ରୀନ୍ ଫଙ୍ଗରେ ଏହା ପ୍ରଥମ ମାମଲା ବୋଲି ମତ ଦେଇଛନ୍ତି ଡାକ୍ତର ।

Other Stories