କରୋନା ପାଇଁ ଭାଇକୁ ହାଣିଲା ଭାଇ

ମୁମ୍ବାଇ: କରୋନା ପାଇଁ ଭାଇକୁ ହତ୍ୟା କଲେ ଭାଇ । କରୋନାକୁ ଡରି ପୁଣେରୁ ସାନ ଭାଇ ଘରକୁ ଫେରି ଆସିଲେ । ଏହାକୁ ଦେଖି ବଡ ଭାଇ ଉତ୍ତ୍ୟକ୍ତ ହୋଇପଡ଼ିଲେ । ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହେଲା ଆଉ ଶେଷରେ ଉତ୍ତ୍ୟକ୍ତ ବଡ ଭାଇ ସାନଭାଇକୁ ହତ୍ୟା କଲେ । ଏମିତି ଘଟଣା ଘଟିଛି କାନ୍ଦିବଲି ସମତା ନଗର ପୋଲିସ ଷ୍ଟେଶନ ଅଞ୍ଚଳରେ ।
ସମତା ନଗର ପୋଲିସର କହିବା ଅନୁଯାୟୀ, ପୋଡସରରେ ବଡ ଭାଇ ରାଜେଶ ତାଙ୍କର ପତ୍ନୀ ଏବଂ ପିଲାମାନଙ୍କୁ ନେଇ ରୁହନ୍ତି । ରାଜେଶ ଏକ ସେଲୁନରେ କାମ କରନ୍ତି । ତାଙ୍କ ସାନ ଭାଇ ଦୁର୍ଗେଶ ପୁଣେର ଏକ କମ୍ପାନୀରେ କାମ କରନ୍ତି । କରୋନ ପାଇଁ ଲକ୍‌୍ ଡାଉନ ହେବା ପରେ ଦୁର୍ଗେଶ ପୁଣେରୁ କାନ୍ଦିବଲିସ୍ଥିତ ତାଙ୍କ ବଡ ଭାଇଙ୍କ ଘରକୁ ଫେରି ଆସିଥିଲେ । ସେ ବୁଧବାର ଘରେ ପହଞ୍ଚିଥିଲେ ।

ବୁଧବାର ଦ୍‌:ିପହରରେ ରାଜେଶ ତାଙ୍କ ପତ୍ନୀଙ୍କ ସହ ପରବା ଆଣିବା ପାଇଁ ବଜାରକୁ ଯାଇଥିଲେ । ସେଠାରୁ ଫେରିବା ପରେ ଦୁର୍ଗେଶଙ୍କୁ ଘରେ ଦେଖିଥିଲେ । ଦୁହିଁଙ୍କ ମଧ୍ୟରେ ଧାରା ୧୪୪ ଉଲ୍ଲଘଂନକୁ ନେଇ ପାଟିତୁଣ୍ଡ ହୋଇଥିଲା ।
ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଏହି ସମୟରେ ରାଜେଶ ଘରେ ଥିବା ଏକ ଛୁରୀ ଆଣି ସାନଭାଇ ଦୁର୍ଗେଶଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଦୁର୍ଗେଶ ଗୁରୁତର ହୋଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ସମତା ନଗର ପୋଲିସ ରାଜେଶଙ୍କୁ ଗିରଫ କରି ତାଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରିଛି । ଲକ୍‌୍‌ଡାଉନ ପରେ ଏହା ଦେଶେ ପ୍ରଥମ ହତ୍ୟା ମାମଲା ଅଟେ ।

You might also like