ଭାରତୀୟ ସେନାର ଜଣେ ଯବାନ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଲଦାଖରେ ଭାରତୀୟ ସେନାର ଜଣେ ଯବାନ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

ଯବାନଙ୍କ ପିତା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଭାରତୀୟ ସେନାରେ ଏହା ପ୍ରଥମ ମାମଲା ବୋଲି ଜଣାପଡ଼ିଛି। ଉଭୟଙ୍କ ନମୁନା ଯାଞ୍ଚ ପରେ କରୋନା ଭାଇରସ୍‌ ପଜିଟିଭ୍‌ ରିପୋର୍ଟ ମିଳିଛି।

ଲଦାଖ ସ୍କାଉଟସ୍‌ରେ ନିଯୁକ୍ତି ପାଇଥିବା ସମ୍ପୃକ୍ତ ଯବାନଙ୍କ ପିତା ନିକଟରେ ଇରାନରୁ ଫେରିଥିବା ସୂଚନା ମିଳିଛି। ଉକ୍ତ ଯବାନ ଓ ତାଙ୍କ ପିତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବାବେଳେ ଯବାନଙ୍କ ଭଉଣୀ, ପତ୍ନୀଙ୍କୁ ଲଦାଖରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ଆହୁରି ମଧ୍ୟ ପଢ଼ନ୍ତୁ: ବିଶ୍ୱରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଇଟାଲୀର ଅବସ୍ଥା ସାଂଘାତିକ

You might also like