ପ୍ରଥମଥର କରୋନା ନେଲା କୁକୁର ଜୀବନ

ନୂଆଦିଲ୍ଲୀ: କରୋନାଭାଇରସ୍ ନେଲାଣି ଲକ୍ଷାଧିକ ଲୋକଙ୍କ ଜୀବନ। ଏହି ମହାମାରୀ ଏବେ ସାରା ଦୁନିଆକୁ ଆତଙ୍କିତ କରି ରଖିଛି। କିନ୍ତୁ ଏବେ ଏହି ଭୂତାଣୁ ମଣିଷ ଭିତରେ ଆଉ ସୀମିତ ହୋଇ ରହିନାହିଁ। ଏବେ ଏହା ପଶୁମାନଙ୍କ ଭିତରେ ଦେଖାଗଲାଣି।

ଆମେରିକାରେ କୋଭିଡ୍-୧୯ରେ ସଂକ୍ରମିତ ‘ଜର୍ମାନ୍ ଶେଫର୍ଡ’ ପ୍ରଜାତିର ଏକ କୁକୁରର ମୃତ୍ୟୁ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। କରୋନା ଯୋଗୁ କୌଣସି କୁକୁରର ମୃତ୍ୟୁ ହେବା ସାରା ଦୁନିଆରେ ପ୍ରଥମ ଘଟଣା।

ଏହି କୁକୁରଟିର ପାଳନପୋଷଣ କରୁଥିବା ରବର୍ଟ ମାହୋନି ନ୍ୟୁୟର୍କରେ ରୁହନ୍ତି। ଏପ୍ରିଲ ମାସରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ଏହି ଭୂତାଣୁ କୁକୁର ଭିତରେ ଦେଖିବାକୁ ମିଳିଥିଲା। ସେହି ମାସରେ କୁକୁରଟିକୁ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ତେବେ ସମୟ ବଢ଼ିବା ସହ କୁକୁରର ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରେ ଲାଗିଲା।

ମେ’ ମାସ ଶେଷରେ କୁକୁରଟି କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତେବେ ଜୁଲାଇ ୧୧ ତାରିଖରେ କୁକୁରଟି ରକ୍ତିବାନ୍ତି କରିବା ସହ ଅଧିକ ଅସୁସ୍ଥ ହୋଇପଡ଼ିଥିଲା ଏବଂ ଶେଷରେ ତା’ର ମୃତ୍ୟୁ ହୋଇଥିଲା। ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ କୁକୁରଟିର ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ହୋଇଛି କି ନାହିଁ।

ଆହୁରି ପଢ଼ନ୍ତୁ

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

ଭୂସ୍ଖଳନ: ମାଟି ଅତଡ଼ା ତଳୁ ୬ ମାସ ଶିଶୁର ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଶବକୁ ପୋତିବା ପୂର୍ବରୁ ଥକି ପଡ଼ି ତଳେ ଶୋଇପଡ଼ିଲେ କୋଭିଡ ଯୋଦ୍ଧା

You might also like