ଟରୋଣ୍ଟୋରେ ଗୁଳିକାଣ୍ଡ; ୧୪ ଜଣଙ୍କୁ ଗୁଳି କରି ଆତ୍ମହତ୍ୟା କଲା ଆତତାୟୀ

ଟରୋଣ୍ଟୋ: କାନାଡ଼ାର ଟରୋଣ୍ଟୋରେ ଗୁଳିକାଣ୍ଡ। ଟରୋଣ୍ଟୋର ଗ୍ରିକ୍‌ଟାଉନ୍ ଜିଲ୍ଲାରେ ଏକ ରେଷ୍ଟୁରାଣ୍ଟ ନିକଟରେ ଜଣେ ଅଜଣା ବନ୍ଧୁକଧାରୀ ବ୍ୟକ୍ତି ଆଖିବୁଜା ଗୁଳି ଚାଳନା କରିଛି। ଏହି ଗୁଳିକାଣ୍ଡରେ ୧୪ ଜଣଙ୍କ ଦେହରେ ଗୁଳି ଲାଗିଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଜଣେ ମହିଳା ବୋଲି ଜଣାପଡ଼ିଛି।

ଗୁଳିକାଣ୍ଡ ପରେ ଦୁର୍ବୃତ୍ତଜଣଙ୍କ ଆତ୍ମହତ୍ୟା କରିଛି। ଗୁଳିକାଣ୍ଡରେ ଆହତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଗୁଳିକାଣ୍ଡ ପଛର କାରଣ ଜଣାପଡିନଥିବା ବେଳେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।  ଆତତାୟୀ ଜଣକ ପାଖାପାଖି ୨୦ ରାଉଣ୍ଡ ଗୁଳି ଚଳାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଆତତାୟୀ ମାନସିକ ବିକାରଗ୍ରସ୍ତ ଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ସ୍ପଷ୍ଟ ସୂଚନା ଜଣାପଡ଼ିନି।

 

You might also like