ଫାର୍ମା ସିଟିରେ ଭୟଙ୍କର ଅଗ୍ନିକାଣ୍ଡ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଥିବା ଫାର୍ମା ସିଟିରେ ଭୀଷଣ ଅଗ୍ନିକାଣ୍ଡ। ବିଶାଖା ସଲଭେଣ୍ଟ କଂପାନିରେ ଲାଗିଥିବା ନିଆଁରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ତେବେ କେତେ ମୃତାହତ ହୋଇଛନ୍ତି ସେନେଇ ସଠିକ ସୂଚନା ଆସିନାହିଁ। ରାତି ସାଢେ ୧୦ରେ ଏହି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ କହିବା ସହ ୧୫ଟି ବଡ଼ ବିସ୍ଫୋରଣର ଶବ୍ଦ ଶୁଣିଥିବା କହିଛନ୍ତି।

ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଫାୟାର ଫାଇଟରଙ୍କୁ ନାକେଦମ ହେବାକୁ ପଡ଼ିଛି। କଂପାନି ପରିସରରୁ ବାହାରୁ ଥିବା ନିଆଁ ଓ ଧୂଆଁ ୧୫ କିଲୋମିଟର ଦୂର ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ଅଗ୍ନିକାଣ୍ଡ ବେଳେ କଂପାନିରେ ୬ଜଣ କର୍ମଚାରୀ ଥିଲେ ବୋଲି କୁହାଯାଉଛି।

ତେବେ ୫ ଜଣ ସୌଭାଗ୍ୟବସତଃ ସୁରକ୍ଷିତ ବାହାରି ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ତେବେ ନିଆଁ ସଂପୂର୍ଣ୍ଣ ଆୟତ୍ତ ହେବା ପରେ ମୃତାହତ ଓ କ୍ଷୟକ୍ଷତି ନେଇ ପ୍ରକୃତ ସୂଚନା ମିଳିପାରିବ। ଘଟଣା ସ୍ଥଳରେ ୧୦ଟି ଦମକଳବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ନିଆଁକୁ ଆୟତ୍ତ କରିବାକୁ କେମିକାଲ ଫୋମ ସ୍ପ୍ରେ କରାଯାଉଛି। ନିଆଁ ଲାଗିଥିବା ଫାର୍ମା ସିଟିରେ ପାଖାପାଖି ୮୦ଟି ଫାର୍ମା ୟୁନିଟ ରହିଛି। ତେବେ ନିଆଁ ଯେମିତି ଅନ୍ୟ କଂପାନିକୁ ନ ବ୍ୟାପିବ ସେଥିପାଇଁ ଅଧିକ ଦମକଳ ବାହିନୀକୁ ନିୟୋଜିତ କରାଯାଇଛି।

ଆହୁରି ପଢ଼ନ୍ତୁ

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

You might also like