ହୁତୁ ହୁତୁ ହୋଇ ଜଳିଗଲା ହୋଟେଲ୍

ଇନ୍ଦୋର: ହୁତୁ ହୁତୁ ହୋଇ ଜଳିଗଲା ମଧ୍ୟପ୍ରଦେଶ ଇନ୍ଦୋରର ବିଜୟ ନଗରରେ ଥିବା ଗୋଲଡେନ ହୋଟେଲ। ନିଆଁ ଲାଗିବା ବେଳେ କିଛି ଲୋକ ହୋଟେଲ ମଧ୍ୟରେ ଥିଲେ। ହେଲେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।

ତେବେ କୌଣସି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ତେବେ ଭୟାବହ ଅଗ୍ନିକାଣ୍ଡରେ ହୋଟେଲଟି ସମ୍ପୂର୍ଣ୍ଣ ଭାବରେ ପୋଡ଼ି ହୋଇଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

ଘଟଣାସ୍ଥଳରେ ଦମକାଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ଜଣାପଡ଼ିଛି।

You might also like