ମେଡିକାଲ୍ ଉପକରଣ ତିଆରି କରୁଥିବା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ
ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ଥିବା ମେଡିକାଲ୍ ଉପକରଣ ତିଆରି କରୁଥିବା ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ହଠାତ୍ ନିଆଁ ଲାଗିଯିବା ଫଳରେ ୧୪ ଜଣ କର୍ମଚାରୀ ଫ୍ୟାକ୍ଟ୍ରି ଭିତରେ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ସୂଚନ ଅନୁସାରେ, ଗାଜିଆବାଦର ସାହିବାବାଦ ଶିଳ୍ପାଞ୍ଚଳର ସାଇଟ୍ ୪ ଅଞ୍ଚଳରେ ଥିବା ଏହି ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଛି। ଖବର ପାଇ ୪ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଫ୍ୟାକ୍ଟ୍ରିରେ କେମିତି ନିଆଁ ଲାଗିଲା ଏହାର କାରଣ ଜଣାପଡ଼ି ନାହିଁ। ଖବର ଲେଖାଯିବା ସୁଦ୍ଧା ଅଗ୍ନିକାଣ୍ଡ ଘଟଣାରେ କେହି ପ୍ରାଣ ହରାଇ ନାହାନ୍ତି।
Ghaziabad: Fire breaks out at a manufacturing factory of medical equipment in Sahibabad Industrial Area Site 4. Fire tenders at the spot. No casualties reported.
“14 injured taken to hospital. Reason behind fire not ascertained yet. Rescue work on,” says SSP Kalanidhi Naithani pic.twitter.com/SqYK1nysZN
— ANI UP (@ANINewsUP) March 11, 2021