ଟ୍ରାକ୍ ଉପରେ ହଠାତ୍ ଜଳିଲା ଶତାବ୍ଦୀ ଏକ୍ସପ୍ରେସ
ଜଳିଲା ଏକ୍ପପ୍ରେସ୍ ଟ୍ରେନ୍
- ଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସରେ ନିଆଁ
- ଟ୍ରାକ୍ ଉପରେ ଜଳିଗଲା ଶତାବ୍ଦୀ ଏକ୍ପପ୍ରେସର ବଗି
- ହୁତୁ ହୁତୁ ହୋଇ ଜଳିଲା ଟ୍ରେନର ଗୋଟିଏ କମ୍ପାର୍ଟମେଣ୍ଟ୍
- ଉତ୍ତରାଖଣ୍ଡ କଂସରୋ ନିକଟରେ ଜଳିଗଲା ଟ୍ରେନ୍
- ସମସ୍ତ ଯାତ୍ରୀ ସୁରକ୍ଷିତ: ଉତ୍ତରାଖଣ୍ଡ ପୋଲିସ ଡିଜି
ଉତ୍ତରାଖଣ୍ଡ: ଟ୍ରାକ୍ ଉପରେ ଜଳିଗଲା ଶତାବ୍ଦୀ ଏକ୍ପପ୍ରେସ। ହୁତୁ ହୁତୁ ହୋଇ ଜଳିଗଲା ଟ୍ରେନର ଗୋଟିଏ କମ୍ପାର୍ଟମେଣ୍ଟ୍। ଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଏକପ୍ରେସରେ ଆଜି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଉତ୍ତରାଖଣ୍ଡର କଂସରୋ ନିକଟରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି।
ଶତାବ୍ଦୀ ଏକ୍ପପ୍ରେସର ସି-ଫୋର କମ୍ପାର୍ଟମେଣ୍ଟର ହଠାତ ନିଆଁ ଲାଗିଯିବାରୁ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣାର କୌଣସି ଯାତ୍ରୀ ମୃତାହତ ହୋଇନଥିବା ଉତ୍ତରାଖଣ୍ଡ ପୋଲିସ ଡିଜି ସୂଚନା ଦେଇଛନ୍ତି। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
#ଜଳିଗଲା_ଶତାବ୍ଦୀ_ଏକ୍ସପ୍ରେସ:
ଟ୍ରାକ୍ ଉପରେ ଜଳିଗଲା ଶତାବ୍ଦୀ ଏକ୍ସପ୍ରେସ। ହୁତୁ ହୁତୁ ହୋଇ ଜଳିଲା ଟ୍ରେନର ଗୋଟିଏ କମ୍ପାର୍ଟମେଣ୍ଟ୍। #DelhiDehradun #ShatabdiExpress #ShortCircuit pic.twitter.com/HY0uxoigVc— ଓଟିଭି (@otvkhabar) March 13, 2021