ମୁମ୍ବାଇ ଅନ୍ଧେରୀ ସ୍ଥିତ ESIC ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ଅନ୍ଧେରୀସ୍ଥିତ ESIC କାମଗର ହସ୍ପିଟାଲରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା।

ଏଥିରେ ପୋଡି ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତକଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଏକ ୬ ମାସର ଶିଶୁ ରହିଛି ବୋଲି ପୁଲିସ୍‌ କହିଛି।

ଅଗ୍ନିକାଣ୍ଡରେ ୧୪୦ରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏଥିସହ ହସ୍ପିଟାଲରେ ଥିବା ରୋଗୀଙ୍କୁ  ନିକଟବର୍ତ୍ତୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୧୦ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲା। ଅନ୍ୟପକ୍ଷରେ, ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରିନାହିଁ।

You might also like