କୋଲକାତା ନ୍ୟାସନାଲ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

କୋଲକାତା: କୋଲକାତା ନ୍ୟାସନାଲ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଅଗ୍ନିକାଣ୍ଡ। ନିଆଁ ଲାଗିବା ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମବାହିନୀର ୧୦ଟି ଗାଡି ମୁତୟନ କରାଯାଇଛି। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି। ମେଡିକାଲରୁ ପ୍ରାୟ ୨୫୦ ରୋଗୀଙ୍କୁ ସୁରକ୍ଷିତ ବାହାର କରାଯାଇଛି।

ସେମାନଙ୍କୁ ନିକଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।  ହସ୍ପିଟାଲରେ ଥିବା ଏକ କ୍ୟାଣ୍ଟିନରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ମେଡିକାଲ କଲେଜ ବିଲ୍‌ଡିଂରୁ ସକାଳ ୭ଟା ୩୦ ମିନିଟରେ ଧୂଆଁ ବାହାରୁଥିବା କିଛି ଲୋକ ଦେଖିଥିଲେ। ଏହାପରେ ଲୋକେ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ।

You might also like