କୋଭିଡ୍ ବିଲ୍ ୧୭ ଲକ୍ଷ ଟଙ୍କା

ମୁମ୍ୱାଇ : କରୋନା ଭାଇରସ୍ ଚିକିତ୍ସା ପାଇଁ ଅତ୍ୟଧିକ ବିଲ୍ କରିବା ଏକ ବେସରକାରୀ ଡାକ୍ତରଖାନାକୁ ମହଙ୍ଗା ପଡ଼ିଛି। ଫଳରେ ଉକ୍ତ ଡାକ୍ତରଖାନା ବିରୋଧରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ମୁମ୍ୱାଇର ନାନାବତୀ ଡାକ୍ତରଖାନା ବିରୋଧରେ ଏଭଳି ଅଭିଯୋଗ ଆସିଛି।

ଏ ନେଇ ବମ୍ୱେ ମହାନଗର ନିଗମର ଜଣେ ବରିଷ୍ଠ ଅଧିକାରୀ ସାନ୍ତାକ୍ରୁଜ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ, ଜଣେ ରୋଗୀଙ୍କୁ ହସ୍ପିଟାଲ୍ ପକ୍ଷରୁ ୧୭ଲକ୍ଷ ଟଙ୍କାର ବିଲ୍ ଦିଆଯାଇଛି। ଏହି ମାମଲାରେ ଏବେ ସ୍ଥାନୀୟ ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ଆବଶ୍ୟକ ପଡ଼ିଲେ ହସ୍ପିଟାଲର କର୍ମଚାରୀଙ୍କୁ ପୋଲିସ୍ ପଚରାଉଚୁରା କରିବ ବୋଲି ଥାନା ଅଧିକାରୀ କହିଛନ୍ତି।

ପୁଲିସ୍ ଅଧିକାରୀଙ୍କ କହିବା ଅନୁଯାୟୀ, ପିପିଇ କିଟ୍ସ, ଔଷଧ ଓ ଆଇସିୟୁ ବେଡ୍‌ ପାଇଁ ହସ୍ପିଟାଲ୍ ଅତ୍ୟଧିକ ଚାର୍ଜ ନେଇଥିବା ଅଭିଯୋଗ ହୋଇଛି। ମୁମ୍ୱାଇ ପୋଲିସ ନାନାବତୀ ଡାକ୍ତରଖାନା ବିରୋଧରେ ଭାରତୀୟ ପିଙ୍ଗଳ ଧାରା ଅନୁଯାୟୀ ଧାରା ୧୮୮ ଏବଂ ଧାରା ୩୪ ଲଗାଇ ତଦନ୍ତ କରୁଛି। ତେବେ ଅଭିଯୋଗରେ କାହାରି ନାମ ନଥିବା ପୋଲିସ କହିଛି।

ମୁମ୍ୱାଇରେ ଏବେ କରୋନା ଭାଇରସକୁ ନେଇ ସ୍ଥିତି ଗମ୍ଭୀର ଥିବା ବେଳେ ଡାକ୍ତରଖାନା ଗୁଡ଼ିକ ଅଧିକ ଟଙ୍କା ଚାର୍ଜ କରୁଥିବା ଅଭିଯୋଗ ହେଉଛି। ମହାରାଷ୍ଟ୍ର ସରକାର ବାରମ୍ୱାର ବେସରକାରୀ ଡାକ୍ତରଖାନା ଗୁଡ଼ିକୁ ରୋଗୀଙ୍କୁ ଅଧିକ ଚାର୍ଜ ନକରିବାକୁ ତାଗିଦ୍ କରିବା ସତ୍ତ୍ୱେ କେହି ମାନୁ ନଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ରାହୁଲ ଓ ପ୍ରିୟଙ୍କାଙ୍କ ନାଁରେ ଥାନାରେ ମାମଲା ରୁଜୁ

ଏମିତି ଅବସ୍ଥାରେ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

ସିବିଆଇ ତଦନ୍ତ ଦାବି କଲେ ହାଥରସ ପୀଡ଼ିତାଙ୍କ ଭାଇ; କହିଲେ, ବାପା ଚାପରେ ବୟାନ ଦେଇଛନ୍ତି

ହାଥରସ ପୀଡ଼ିତା ବାପାକୁ ଧମକାଉଥିଲେ କି ଡିଏମ୍‌? ଭିଡିଓ ଭାଇରାଲ୍

ହାଥରସ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇନି: ୟୁପି ପୋଲିସ

କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

You might also like