ମାସ୍କ ନପିନ୍ଧିଲେ ୫୦,୦୦୦ ଜରିମାନା

ଅହମ୍ମଦାବାଦ: ସହରରେ କରୋନା ଭାଇରସ ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ  ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ମାସ୍କ ପିନ୍ଧିବାକୁ କଡାକଡି କରାଯାଇଛି। ଏପରିକି ମାସ୍କ ନ ପିନ୍ଧିଲେ ଅର୍ଥତଣ୍ଡ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି।

ଏକ ନିୟମ ଜାରି କରି ମ୍ୟୁନିସିପାଲଟି ପକ୍ଷରୁ କୁହାଯାଇଛି, ରାସ୍ତାଘାଟରେ ବିକୁଥିବା ଦୋକାନୀ , ଦୋକାନ ବଜାର, ମଲ୍ର କର୍ମଚାରୀ ତଥା ସେଠାକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ ଲଗାଇବା ଜରୁରୀ ।  ଯଦି ସେମାନେ ମାସ୍କ ବ୍ୟବହାର ନ କରିବେ ତେବେ ସେମାନଙ୍କୁ ୨୦୦୦ ରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ।

ଏହି ନିୟମ ସହରରେ ମେ’୧ରୁ କାର୍ଯ୍ୟକାରୀ କରାଯିବ। ଏହି ଜରିମାନା ବ୍ୟତୀତ ଯେଉଁ ସଂସ୍ଥାଗୁଡିକ ଆଇନକୁ ଅବମାନନା କରୁଥିବେ ସେମାନଙ୍କର ଲାଇସେନ୍ସ ତିନିମାସ ପାଇଁ ସ୍ଥଗିତ ରଖାଯିବ।

ଏହାପୂର୍ବରୁ ଅହମ୍ମଦାବାଦରେ ପ୍ରଥମ ଥର ପାଇଁ ମାସ୍କ ନପିନ୍ଧିଲେ ଏକ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ନପନ୍ଧିଲେ ପାଞ୍ଚ ହଜାର ଟଙ୍କା ଜରିମାନା ଦେବାକୁ ପଡୁଥିଲା। ଏହି ନୂଆ ନିୟମ କେବଳ ନାଗରିକ ଓ ଦୋକାନ, ବିକ୍ରେତା, ମଲ୍‌ଗୁଡିକ ଉପରେ ଲାଗୁ ହେବ। ନିୟମ ନମାନିଲେ ୨୦୦୦ ରୁ ୫୦୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଏହାବ୍ୟତୀତ ଦୋକାନକୁ ଆସୁଥିବା ଗ୍ରାହକମାନଙ୍କୁ ମାସ୍କ ପିନ୍ଧିବା ପାଇଁ କହିବେ ଓ ସେମାନଙ୍କ ହାତକୁ ସାନିଟାଇଜ୍‌ କରିବେ ।

ଅହମ୍ମଦାବାଦରେ ବୁଧବାର ସଂକ୍ରମଣ ଯୋଗୁ ୯ଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ଗୁଜରାଟରେ ୨୭୭୭ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ

You might also like