କାହିଁକି ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେଲା ? ତିନି ଦିନ ମଧ୍ୟରେ ହେବ ରହସ୍ୟର ପର୍ଦ୍ଦାଫାଶ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ସପ୍ଟ ଲାଣ୍ଡିଂ କରିବାର କେଇ କ୍ଷଣ ପୂର୍ବରୁ ଲାଣ୍ଡର ବିକ୍ରମ ସହ ଯଦିଓ ଯୋଗାଯୋଗ ଚ୍ଛିନ୍ନ ହୋଇ ଯାଇଛି ତେବେ ଚନ୍ଦ୍ରଯାନ-୨ ଅଭିଯାନ ଆମ ସଫଳତାର ଏକ ମାଇଲଖୁଣ୍ଟ ନିଶ୍ଚୟ। ଲାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ଆଉ ମାତ୍ର ୨.୧ କିମି ଦୂରରେ ଥିଲା। ତେବେ ବିକ୍ରମ ସହ କ’ଣ ଏମିତି ହେଲା ? କାହିଁକି ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା ? ଏବେ ବିକ୍ରମର ସ୍ଥିତି କ’ଣ ? ଏମିତି ଅନେକ ପ୍ରଶ୍ନ ମନକୁ ଆସୁଛି । ତେବେ ଖୁବ୍‌ ଶୀଘ୍ର ଏହି ତଥ୍ୟ ସାମ୍ନାକୁ ଆସିଯିବ। ଅର୍ବିଟରରେ ଲାଗିଥିବା ଅତ୍ୟାଧୁନିକ ଉପକରଣ ଖୁବ୍‌ ଶୀଘ୍ର ଏହି ସବୁ ପ୍ରଶ୍ନର ଉତ୍ତର ଦେବ। ଏପରିକି ତିନି ଦିନ ମଧ୍ୟରେ ଏହି ତଥ୍ୟ ମିଳିଯିବ ବୋଲି ଇସ୍ରୋର ବରିଷ୍ଠ ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି।

ଏଠି ପ୍ରଶ୍ନ ଉଠେ, ଲାଣ୍ଡର ବିକ୍ରମର ସ୍ଥିତି ଜାଣିବା ପାଇଁ ତିନି ଦିନର ଅପେକ୍ଷା କାହିଁକି ? ଏହାର ଉତ୍ତରରେ ବୈଜ୍ଞାନିକମାନେ କହିଛନ୍ତି, ଯେଉଁ ସ୍ଥାନରେ ଲାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା, ଅର୍ବିଟରକୁ ସେହି ସ୍ଥାନରେ ପହଞ୍ଚିବାକୁ ୩ ଦିନ ଲାଗିବ। ଶେଷ ମୁହୂର୍ତ୍ତରେ ଲାଣ୍ଡର ତାର କକ୍ଷପଥରୁ ବିଚ୍ୟୁତ ହୋଇଯାଇଥିଲା। ଅର୍ବିଟର ସେହି ସ୍ଥାନରେ ପହଞ୍ଚିଲେ ଏଥିରେ ଥିବା ୩ଟି ଉପକରଣ ଯଥା-SAR (ସିନ୍ଥେଟିକ୍‌ ଅପର୍ଚର ରାଡର), IR ସ୍ପ୍ରେକ୍ଟୋମିଟର ଏବଂ କ୍ୟାମେରା ସାହାଯ୍ୟରେ ୧୦X୧୦କିମି ଇଲାକାର ଖବର ଦେଇପାରିବ। ବିକ୍ରମ ଖବର ଜାଣିବା ପାଇଁ ଏହି ଇଲାକାର ହାଇ ରିଜୋଲ୍ୟୁସନ ଫଟୋ ନେବାକୁ ପଡ଼ିବ।

ବୈଜ୍ଞାନିକମାନେ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି ବିକ୍ରମ କ୍ରଶ ଲାଣ୍ଡିଂ କରିଥିବ ଏବଂ ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିବ, ତେବେ ସୂଚନା ମିଳିବାର ସମ୍ଭାବନା କମ୍‌। ଯଦି ଏହାର କମ୍ପୋନେଟ୍‌ର କୌଣସି କ୍ଷତି ହୋଇ ନ ଥିବ ତେବେ ହାଇ ରିଜୋଲ୍ୟୁସନ କ୍ୟାମେରା ସାହାଯ୍ୟରେ  ଲାଣ୍ଡର ବିକ୍ରମର ସୂଚନା ମିଳି ପାରିବ। ଇସ୍ରୋ ଚିଫ୍‌ କେ.ସିବନଙ୍କ କହିବା ଅନୁଯାୟୀ, ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଲାଣ୍ଡର ବିକ୍ରମ ସହ ଯୋଗାଯୋଗ କରବା ପାଇଁ ଚେଷ୍ଟା କରାଯିବ। ଏହି ସମୟସୀମା ମଧ୍ୟରେ ନିଶ୍ଚୟ କୌଣସି ଭଲ ଖବର ମିଳି ପାରିବ ବୋଲି ଇସ୍ରୋ ବୈଜ୍ଞାନିକମାନେ ଆଶା ରଖିଛନ୍ତି।

କେ.ସିବନ ଆହୁରି କହିଛନ୍ତି, ପୂର୍ବରୁ ଅର୍ବିଟରର ସମୟସୀମା ୧ ବର୍ଷ ଥିବାବେଳେ ଏହି ଅର୍ବିଟର ୭ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। କାରଣ ଏହା ପାଖରେ ବହୁତ ଅଧିକ ଇନ୍ଧନ ରହିଛି। ତେଣୁ ଅର୍ବିଟର ସାହାଯ୍ୟରେ ଲାଣ୍ଡର ବିକ୍ରମ ବିଷୟରେ ସୂଚନା ମିଳିବା ନେଇ ଆମେ ଖୁବ୍‌ ଆଶାବାଦୀ ଅଛୁ। ଚନ୍ଦ୍ରଯାନ-୧ର ପ୍ରୋଜେକ୍ଟ ଡାଇରେକ୍ଟର ତଥା ଇସ୍ରୋର ପୂର୍ବତନ ବୈଜ୍ଞାନିକ ଏମ.ଅନ୍ନଦୁରଇ କହିଛନ୍ତି, ଅର୍ବିଟର ଏମିତି କାମ କରି ପାରିବ ଯାହା ରୋବର ଓ ଲାଣ୍ଡର କରିପାରିବେ ନାହିଁ। ରୋବରର ରିସର୍ଚ୍ଚ ଏରିଆ ୫୦୦ ମିଟର ପର୍ଯ୍ୟନ୍ତ ହୋଇଥିବାବେଳେ ଅର୍ବିଟରର ୧୦୦ କିମି ଉଚ୍ଚତାରୁ ପୁରା ଜହ୍ନର ଚିତ୍ର ନେଇ ପାରିବ।

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like