କରୋନା ମୁକାବିଲାକୁ ବିଗାଡ଼ି ଦେଇପାରେ ସାମାଜିକ ଭୟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୨୨୯ ନୂଆ କରୋନା ସଂକ୍ରମିତ ହୋଇଛନ୍ତି। ଏଥି ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୭୦୦ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୩୪ ମୃତ୍ୟୁ ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୮୬କୁ ବୃଦ୍ଧି ହୋଇଛି। ତେବେ ଆରୋଗ୍ୟ ହାର ୧୯ ଦଶମିକ ୮୯ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଏବେ ସୁଦ୍ଧା ୪ ହଜାର ୩୨୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଦେଶର ୨୩ଟି ରାଜ୍ୟର ୭୮ଟି ଜିଲ୍ଲାରେ ଗତ ୧୪ ଦିନରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଗତକାଲି ସୁଦ୍ଧା ଦେଶରେ ୫ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଥିବା ବେଳେ ୩୦ ଦିନରେ ଟେଷ୍ଟିଂ କ୍ଷମତା ୩୩ ଗୁଣ ବୃଦ୍ଧି ପାଇଥିବା ICMR ପକ୍ଷରୁ ସୂଚନା ଦିଆଯାଇଛି।

ଭାରତରେ ସ୍ଥିତି ବହୁତ ଖରାପ ହୋଇନଥିବା କରୋନା ମୁକାବିଲା ନେଇ ଏମ୍ପାୱାର୍ଡ କମିଟି ଅଧ୍ୟକ୍ଷ ସି.କେ. ମିଶ୍ର ସୂଚନା ଦେଇଛନ୍ତି। ସେହିଭଳି ରୋଗରେ ଆକ୍ରାନ୍ତ ହେବା ପରେ ସାମାଜିକ ଭୟ ଯୋଗୁ ଲୋକେ ଚିକିତ୍ସା ପାଇଁ ଆସୁନଥିବା ସଂକ୍ରମଣ ଓ ମୃତ୍ୟୁ ହାର ବଢୁଥିବା ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ପ୍ରଫେସର ରଣଦୀପ ଗୁଲେରିଆ କହିଛନ୍ତି।

You might also like