‘ଏହା ମୋ କର୍ମର ଫଳ..’ ଏମିତି ସୁଇସାଇଡ୍ ନୋଟ ଲେଖି ଝୁଲି ପଡ଼ିଲେ ମହିଳା ପୋଲିସ ଅଫିସର
ବୁଲନ୍ଦସର: ୟୁପିର ବୁଲନ୍ଦସରରେ ନୂଆବର୍ଷ ପୂର୍ବଦିନ ଜଣେ ମହିଳା ପୋଲିସ ଅଫିସର ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମହିଳା ସବ୍ ଇନ୍ସପେକ୍ଟରଙ୍କ ପାଖରେ ଏକ ସୁଇସାଇଡ ନୋଟ ପୋଲିସ ଉଦ୍ଧାର କରିଛି। ଏହି ନୋଟରେ ମହିଳା ପୋଲିସ ଅଫିସର ନିଜ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନାହାନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁରା ଘଟଣାସ୍ଥଳର ଫଟୋଗ୍ରାଫି ନେଇଛି। ଫୋରେନ୍ସିକ ଟିମ ପହଞ୍ଚି ନମୂନା ଯାଞ୍ଚ କରୁଛି।
ମିଳିଥିବା ସୂଚନା ଅନୁସାରେ, ଅନୁପସର ଥାନାର ମହିଳା ପୋଲିସ ସବ୍ ଇନ୍ସପେକ୍ଟର ଆର୍ଜୁ ପଂୱାର ଏକ ଘର ଭଡ଼ା ନେଇ ରହୁଥିଲେ। ଗୁରୁବାର ରାତିରେ ନଜ ଓଢଣୀରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଘଟଣା ଦିନ ସନ୍ଧ୍ୟା ୭ଟାରେ ନିଜ ଡ୍ୟୁଟି ସାରି ଘରକୁ ଫେରିଥିଲେ। କିନ୍ତୁ ରାତି ପ୍ରାୟ ୯ଟା ବେଳକୁ ସେ ଖାଇବା ପାଇଁ ବାହାରକୁ ବାହାରି ନଥିଲେ।
ଘର ମାଲିକ ଖାଇବା ପାଇଁ ପଚାରିବାକୁ ଯାଇଥିଲେ। ହେଲେ କବାଟ ଭିତରପଟୁ ବନ୍ଦ ଥିଲା। ସେ ଝରକା ଖୋଲି ଯାହା ଦେଖିଲେ ତାଙ୍କ ମୁଣ୍ଡ ଘୂରି ଗଲା। ତୁରନ୍ତ ସେ ପୋଲିସକୁ ଖବର ଦେଇଥିଲେ।
ପୋଲିସ ପହଞ୍ଚି ତଦନ୍ତ କରିବା ପରେ ସୁଇସାଇଡ ନୋଟ ମିଳିଥିଲା। ଏଥରେ ପୋଲିସ ଅଫିସର କାହାରିକୁ ଦୋଷ ଦେଇ ନଥିଲେ। ‘ଏହା ମୋ କର୍ମ ଫଳ’ ବୋଲି ଏହି ସୁଇସାଇଡ୍ ନୋଟରେ ଉଲ୍ଲେଖ ଥିଲା।
ଆର୍ଜୁ ପଂୱାର ୨୦୧୫ରେ ୟୁପି ପୋଲିସରେ ସବ୍ ଇନ୍ସପେକ୍ଟର ଭାବେ ଭର୍ତ୍ତି ହୋଇଥିଲେ। ତାବେ ତାଙ୍କର କେଉଁ କର୍ମ କଥା ସେ ଏଠାରେ କହିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ସେ ଏମିତି କି କାମ କଲେ ଯେ ତାହାର ଫଳ ସ୍ୱରୂପ ଏପରି ଚରମ ନିଷ୍ପତ୍ତି ନେଲେ? ଏପରିକି ଆତ୍ମହତ୍ୟା କରିବା ଦିନ ମଧ୍ୟ ସେ ଡ୍ୟୁଟିକୁ ଯାଇଥିଲେ। ଅନ୍ୟଦିନ ମାନଙ୍କ ପରି କାମ ମଧ୍ୟ କରି ଥିଲେ। ହେଲେ ତାଙ୍କ ମାନସିକ ସ୍ଥିତି ବିଷୟରେ ସହକର୍ମୀ ପୋଲିସ କର୍ମଚାରୀ କେହି ଜାଣି ପାରିଲେ ନାହିଁ କେମିତି?