ଚଳନ୍ତା ବିମାନ ଛାଡ଼ି କିକି ଡ୍ୟାନ୍ସ କଲେ ପାଇଲଟ୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପ୍ରଥମେ ବାଇକ୍‌ ତା’ ପରେ କାର୍‌, ଆଉ ଏବେ ଏହା ସିଧା ଯାଇ ପହଞ୍ଚିଛି ଉଡ଼ାଜାହାଜରେ। ନିକଟରେ ସାରା ବିଶ୍ୱର ନିଦ ହଜାଇଦେଇଥିବା କିକି ଚ୍ୟାଲେଞ୍ଜ କବଳରୁ ରକ୍ଷା ପାଇପାରୁନାହାନ୍ତି ଯୁବପିଢ଼ି। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ବି ନିଆଯାଉଛି। କିନ୍ତୁ ଲୋକମାନଙ୍କର ଏହି ପାଗଳାମୀ ରୋକି ହେଉନାହିଁ।

ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଦେଖିଲେ ଆପଣଙ୍କର ହୋସ୍ ଉଡ଼ିଯିବ। ଏଥର ଜଣେ ପାଇଲଟ୍‌ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସୋଶାଲ୍‌ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଉଛି ଆଲେଜାନ୍ଦ୍ରା ମାନ୍ରିକ୍ୟୁଏଜ୍  ନାମକ ଜଣେ ପାଇଲଟ୍‌ ଏହି କିକି ଚ୍ୟାଲେଞ୍ଜ ନେବାକୁ ଉଡ଼ାଣ ପୂର୍ବରୁ ପ୍ଲେନ୍‌ରୁ ଓହ୍ଲାଇ ନାଚିବାକୁ ଲାଗୁଛନ୍ତି। ଏଥିରେ ଅନ୍ୟ ଜଣେ ମହିଳା ମଧ୍ୟ ତାଙ୍କ ସହ ନାଚୁଥିବାର ନଜର ଆସୁଛନ୍ତି। ତାଙ୍କ ସହ ନୃତ୍ୟରେ ସାଥ୍‌ ଦେଇଥିବା ମହିଳା ଜଣଙ୍କ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ୍‌ ବୋଲି ଜଣା ପଡ଼ିଛି।

ଡେଲି ମେଲ୍‌ ରିପୋର୍ଟ ଅନୁସାରେ ଆଲେଜାନ୍ଦ୍ରା ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଏକ ଫ୍ଲାଇଟ୍‌ ସ୍କୁଲ୍‌ରେ ପ୍ରଶିକ୍ଷଣ ନେଇ ଏବେ ଘରୋଇ ବିମାନ ଚାଳକ ଭାବେ ନିଯୁକ୍ତ ଅଛନ୍ତି। ଏବେ ପର୍ଯ୍ୟନ୍ତ ସେ ୪୦ରୁ ଅଧିକ ଦେଶକୁ ବିମାନ ଚାଳନା କରିସାରିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

You might also like