କାଲି ଲାଇଟ୍ ଅଫ୍ ନେଇ ପାଓ୍ୱାର ଗ୍ରିଡରେ ସମସ୍ୟା ଖବର ମିଛ: ଶକ୍ତି ମନ୍ତ୍ରାଳୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆସନ୍ତାକାଲି ରାତି ୯ଟାରୁ ୯ ମିନଟ ଯାଏଁ ସାରା ଦେଶରେ ଲୋକେ ସ୍ୱତଃସ୍ଫୂର୍ତ୍ତ ଭାବେ ବିଜୁଳି ବତୀ ଜାଳିବା ବନ୍ଦ ରଖିବେ। ତେବେ ଏହି ସମୟରେ ପାଓ୍ୱାର ଗ୍ରିଡ୍ ଚାଲୁ ରହି, ଏବଂ ସମସ୍ତ ଷ୍ଟ୍ରିଟ୍ ଲାଇଟ୍ ଜଳିବ ବୋଲି ଆଜି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସେହିଭଳି କେବଳ ବିଜୁଳିବତୀକୁ ବାଦ ଦେଇ ଘରେ ଥିବା ଟିଭି, ଫ୍ରିଜ୍, ଏସି, କମ୍ପ୍ୟୁଟର ଭଳି ଅନ୍ୟ ସମସ୍ତ ପ୍ରକାର ବୈଦୁତିକ ଯନ୍ତ୍ରାଂଶ ଚଳାଇବାରେ କୌଣସି ସମସ୍ୟା ନାହିଁ। କାଲି ରାତି ୯ଟାରେ ସାରା ଦେଶରେ ଲାଇଟ୍ ଅଫ୍ ଯୋଗୁଁ ପାଓ୍ୱାର ଗ୍ରିଡରେ ସମସ୍ୟା ସୃଷ୍ଟି ହୋଇଛି ବୋଲି ଯେଉଁ ଭୁଲ ଧାରଣା ସୃଷ୍ଟି ହୋଇଛି ତାହା ଠିକ୍ ନୁହେଁ ବୋଲି ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏ ନେଇ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଶକ୍ତି ସଚିବଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି।

You might also like