ସୁପ୍ରିମ୍‌କୋର୍ଟ ଗଲେ ସୁଶାନ୍ତଙ୍କ ବାପା

ମୁମ୍ବାଇ: ସୁପ୍ରିମ୍‌କୋର୍ଟ ଗଲେ ସୁଶାନ୍ତଙ୍କ ବାପା। ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସୁପ୍ରିମକୋର୍ଟରେ କ୍ୟାଭେଟ ପିଟିସନ କଲେ ସୁଶାନ୍ତଙ୍କ ବାପା କେ.କେ ସିଂହ। ରିଆ ଚକ୍ରବର୍ତ୍ତୀଙ୍କ ପିଟିସନକୁ ଚାଲେଞ୍ଜ କରି କ୍ୟାଭେଟ କଲେ ସୁଶାନ୍ତଙ୍କ ବାପା।

ସୁଶାନ୍ତଙ୍କୁ ରିଆ ହିଁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପାଟନା ପୋଲିସରେ ରିଆଙ୍କ ନାଁରେ ଏତଲା କରିଛନ୍ତି ସୁଶାନ୍ତଙ୍କ ବାପା। ସୁଶାନ୍ତଙ୍କ ବାପା ଥାନାରେ ଏତଲା କରିବା ପରେ ରିଆ ସୁପ୍ରିମକୋର୍ଟ ଯାଇଥିଲେ। ପାଟନାରୁ ମୁମ୍ବାଇକୁ ମାମଲା ସ୍ଥାନାନ୍ତରଣ ଦାବିରେ ସୁପ୍ରିମକୋର୍ଟ ଯାଇଥିଲେ।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତନାଘନା ଆରମ୍ଭ କରିଛି ବିହାର ପୋଲିସ୍। ଅନ୍ଧେରୀ ପୋଲିସ୍ ଷ୍ଟେସନ୍‌ରେ ଗତକାଲି ସୁଶାନ୍ତଙ୍କ ଭଉଣୀ, ଘରୋଇ ସହାୟକଙ୍କୁ ପଚରାଉଚୁରା କରିଛି। ପ୍ରାୟ ଦେଢ଼ ଘଣ୍ଟା ଯାଏ ଘରୋଇ ସହାୟକଙ୍କୁ ଜେରା କରାଯାଇଛି। ସୁଶାନ୍ତଙ୍କ ମୃତ୍ୟୁ ବେଳେ ସେ କେଉଁଠି ଥିଲେ? ସୁଶାନ୍ତଙ୍କ ଅବସ୍ଥା କଣ ଥିଲା ସେ ନେଇ ବି ପଚରାଉଚରା ହୋଇଛି।

ସେପଟେ ରିଆଙ୍କ ସମ୍ପର୍କରେ କିଛି ତଥ୍ୟ ସୁଶାନ୍ତଙ୍କ ଭଉଣୀ ପୋଲିସ୍ ପାଖରେ ରଖିଛନ୍ତି। ଜୁନ୍ ୮ରେ ସୁଶାନ୍ତଙ୍କ ସହ ଝଗଡ଼ା କରି ଘରୁ ଚାଲିଯାଇଥିଲେ ବୋଲି ସେ କହିଛନ୍ତି। ଆସନ୍ତା କିଛି ଦିନରେ ରିଆଙ୍କୁ ବି ଜେରା କରିପାରେ ବିହାର ପୋଲିସ୍।

ଆହୁରି ପଢ଼ନ୍ତୁ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

You might also like