କରୋନାକୁ ହରାଇଲା କୁନି ଯୋଦ୍ଧା

 

  •  ସଂକ୍ରମଣରେ ଜୀବନ ହାରିଲା ମା’
  • ୧୮ ଦିନର ଛୁଆ ଠାରୁ ହାରିଲା ଅଦୃଶ୍ୟ ଭାଇରସ୍
  • ସ୍ତ୍ରୀ ନାମରେ ଝିଅର ନାଁ ରଖିଲେ ବାପା

ଭୋପାଳ : କୁନି ଯୋଦ୍ଧା କରୋନାକୁ ହରାଇଲା । ୧୮ ଦିନର କୁନି ଝିଅ ଠାରୁ ହାରିଗଲା ମହାମାରୀ । ହେଲେ ସବୁଦିନ ପାଇଁ ମା’ ଡାକ ଲିଭିଗଲା । ଗର୍ଭାବସ୍ଥାରେ ସଂକ୍ରମିତ ହୋଇଥିବା ମହିଳା ଶିଶୁର ଜନ୍ମ ପରେ କରୋନାରେ ଜୀବନ ହାରିଲେ । ଉଭୟଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଙ୍କ ଚେଷ୍ଟା ସତ୍ୱେ ମା’କୁ ବଞ୍ଚାଇ ପାରିଲେନି । ସେପଟେ ଝିଅ ଠିକହେବା ପରେ ସ୍ତ୍ରୀ ନାରେ କୁନି ଝିଅର ନାମ ରଖିଲେ ବାପା ।

କୁନି ରୁହି ବାପାଙ୍କ ମୁହଁକୁ ଦେଖି ହସୁଛି । ହାତକୁ ଜାବୁଡ଼ି ଧରୁଛି ଯେ ବିଲକୁଲ ଛାଡ଼ୁନି । କୁନ ରୁହିକୁ ଦେଖିଲେ ସ୍ତ୍ରୀ କଥା ବେଶୀ ମନେ ପଡ଼ୁଛି । ହେଲେ ଝିଅକୁ କୋଳକୁ ନେଇ ସ୍ତ୍ରୀ ଚାଲିଯାଇଥିବା ଦୁଃଖ ଭୁଲିବାକୁ ଚେଷ୍ଟା କରୁଛନ୍ତି ।ସିମ୍ । ଉତ୍ତରପ୍ରଦେଶ ପୁଲିସରେ ସବ ଇନିସପେକ୍ଟ ଥିବା ହାସିମଙ୍କ ଘର ପ୍ରୟାଗରାଜରେ । ସ୍ତ୍ରୀଙ୍କ ସହ ହସଖୁସିରେ ଦିନ କଟୁଥିଲା । ଗର୍ଭବତୀ ଥିବାବେଳେ ସେ ଓ ତାଙ୍କ ସ୍ତ୍ରୀ ଉଭୟେ କରୋନାରେ ସଂକ୍ରମିତ ହୋଇଥିଲେ । ସେହି ସମୟରେ ୩୫ ସପ୍ତାହ ଗର୍ଭବତୀ ଥିଲେ ସ୍ତ୍ରୀ ।

ପ୍ରୟାଗରାଜରେ ତାଙ୍କ ଚିକିତ୍ସା ପାଇଁ ଡାକ୍ତରମାନେ ହାତ ଟେକିଦେବା ପରେ ସମ୍ପର୍କୀୟଙ୍କ ସାହାଯ୍ୟରେ ଭୋପାଳର ଏକ ହସ୍ପିଟାଲରେ ଆଡ଼ମିଟ୍ କରିଥିଲେ । ସେଠାରେ ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ସ୍ତ୍ରୀକୁ ବଞ୍ଚେଇ ପାରିଲେନି । ମେ ୨ ତାରିଖରେ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଆଖି ବୁଜିଲେ ରୁହିର ମା’ । ସଂକ୍ରମିତ ମା’ ଠାରୁ ଜନ୍ମ ନେଇଥିବା କୁନି ରୁହି ଜନ୍ମରୁ କରୋନା ସପଜିଟିଭ୍ ଥିଲା । ୧୮ ଦିନ ପର୍ଯ୍ୟନ୍ତ ନର୍ସମାନେ ମା’ ପରି ତା’ର ଯତ୍ନ ନେଇଥିଲେ । ଏବେ କରୋନାକୁ ହରାଇଛି ରୁହି । ଗୁରୁବାର ରୁହିକୁ ହସ୍ପିଟାଲରୁ ଡିସଚାର୍କ ରାଯାଇଛି ।

ଡାକ୍ତର ରିଚା କହିଛନ୍ତି, ଜନ୍ମ ସମୟରେ ଶିଶୁର ଓଜନ ବହୁତ କମ୍ ଥିଲା। ସଂକ୍ରମଣ ହେତୁ ସେ ନିଶ୍ୱାସ ପ୍ରଶ୍ୱାସ ନେଇ ପାରୁନଥିଲା । ଏତେ କୁନି ଛୁଆର ଚିକିତ୍ସା କରିବାକୁ ମନରେ ଭୟ ଆସୁଥିଲା । ହେଲେ ଭଗବାନଙ୍କ ଦୟାରୁ ଆଜି ସବୁ ଠିକ୍ ଅଛି । ଶିଶୁର ଓଜନ ବର୍ତ୍ତମାନ ୨.୫ କିଲୋ ଥିବାବେଳେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ।

You might also like