ବଞ୍ଚି ଥାଉ ଥାଉ ଝିଅକୁ ମାରିଦେଲେ ବାପା

ମନ୍ଦସୌର: ଜଣେ ୧୯ ବର୍ଷୀୟ ଝିଅ ଘର ଛାଡ଼ି ପ୍ରେମିକ ସହ ଚାଲିଯିବା ପରେ ତାଙ୍କ ବାପା ଝିଅକୁ ମୃତ ଘୋଷଣା କରିଛନ୍ତି। ଏଥି ସହିତ ବଞ୍ଚିଥିବା ଝିଅର ସ୍ମୃତିରେ ପାରମ୍ପରିକ ଭାବେ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ ଆୟୋଜନ କରିଛନ୍ତି। ମଧ୍ୟପ୍ରଦେଶର ମନ୍ଦସୌରରେ ଏଭଳି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ଗତ ୨୫ ତାରିଖରେ ଉକ୍ତ ଝିଅ ଘର ଛାଡ଼ି ପଳାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ତାଙ୍କ ବାପା ଗତକାଲି ନିଜ ଗାଁରେ ଥିବା କମ୍ୟୁନିଟି ସେଣ୍ଟରରେ ପାରମ୍ପରିକ ଭାବେ ଶୁଦ୍ଧିକ୍ରିୟା କରାଇଥିଲେ। ଝିଅଟି ସତରେ ମରିଥିଲେ ଯେଉଁଭଳି ଶୁଦ୍ଧିକ୍ରିୟା ହୋଇଥାନ୍ତା ସେ ଠିକ୍‌ ସେଇଭଳି କରାଇଥିଲେ।

ଖାଲି ଏତିକି ନୁହେଁ ଏହି ଶୁଦ୍ଧିକ୍ରିୟା ପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ସେ ଛପାଇଥିଲେ। ଏହି କାର୍ଡକୁ ଗାଁ ଲୋକ ଏବଂ ବନ୍ଧୁବର୍ଗଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। କାରଣ ତାଙ୍କ ପାଇଁ ତାଙ୍କ ଝିଅ ମରିଯାଇଛି ବୋଲି ଦୁନିଆକୁ ଜଣାଇବା ପାଇଁ ଚାହୁଁଥିଲେ।

ଆହୁରି ପଢ଼ନ୍ତୁ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ତମ ଜନ୍ମଦିନ

ନୂଆ ଟ୍ରାଫିକ୍‌ ନିୟମ ଓ ଜୋରିମାନାକୁ କେରଳର ନା

ଏୟାରପୋର୍ଟରେ ଚେକିଂ ବେଳେ ବ୍ୟାଗ୍ ଭିତରୁ ମିଳିଲା ୫ ମାସର ଶିଶୁ !

ସେଲିବ୍ରିଟିଙ୍କ ଷ୍ଟାଇଲ୍‌; ପାଖରେ ସବୁବେଳେ ରଖିଥାନ୍ତି ଟୁଥ୍‌ବ୍ରଶ୍‌

ନକଲି ପୁଲିସ ପରିଚୟରେ ୭ ମହିଳାଙ୍କୁ ବିବାହ ଓ ୬ ଜଣଙ୍କ ସହ ଯୌନସମ୍ପର୍କ

ଧର୍ମରୁ ଊର୍ଦ୍ଧ୍ୱରେ ଏଠି ସମ୍ପର୍କ; ବ୍ରାହ୍ମଣ ଦାଦାଙ୍କ ଶେଷକୃତ୍ୟ ସଂପନ୍ନ କଲେ ତିନି ମୁସଲିମ୍ ଭାଇ

ଭାରତ ସୀମାରେ ଚାଇନାର ପରମାଣୁ ଖଚିତ ଯୁଦ୍ଧ ଜାହାଜ

ବାକିରେ କାର୍‌ କିଣିଲେ, ହେଲେ ଋଣ ସୁଝି ପାରିଲେନି ପାକ୍ ମନ୍ତ୍ରୀ

ବୀମା ନ ଥିଲା ବୋଲି ବଳଦ ଗାଡ଼ି ନାଁରେ ଫାଇନ୍‌ କାଟିଲା ପୁଲିସ୍‌

ଫାରୁକ୍ ଅବଦୁଲ୍ଲାଙ୍କ ଅଟକ ନେଇ ଜବାବ ରଖିଲା କେନ୍ଦ୍ର

କର୍ଣ୍ଣାଟକ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପରଲୋକରେ ସଞ୍ଜୀବ ଦତ୍ତା

You might also like