ଦେଶର ସମ୍ମାନ ବଢାଇଲେ ହ୍ୟୁମାନ କାଲ୍‌କୁଲେଟର ନୀଳକଣ୍ଠ

ହାଇଦ୍ରାବାଦ: ଯେ କୌଣସି ଗାଣିତିକ ହିସାବ କରିବା ବେଳେ ଖୋଜାପଡ଼େ କାଲ୍‌କୁଲେଟର।  ହେଲେ ସେ ଜଣେ ଜୀବନ୍ତ କାଲ୍‌କୁଲେଟର। ତାଙ୍କୁ କାଲ୍‌କୁଲେଟର କହିଲେ ବି ଭୁଲ୍‌ ହେବ । କାରଣ ତାଠାରୁ ବି ଅଧିକ ସ୍ପିଡ୍‌ରେ ହିସାବ କରି ପାରୁଥିବା ଏକ ଜୀବନ୍ତ ମେସିନ ସିଏ।  ସେ ହେଉଛନ୍ତି ହାଇଦ୍ରାବାଦର ୨୦ ବର୍ଷୀୟ ନୀଳକଣ୍ଠ ଭାନୁ ପ୍ରକାଶ।  ଲଣ୍ଡନରେ ଅନୁଷ୍ଠିତ ମାଇଣ୍ଡ ସ୍ପୋର୍ଟସ ଅଲମ୍ପିଆଡ୍‌ରେ ଗୋଲ୍ଡ ମେଡାଲ ଜିତି ବିଶ୍ୱର ଦ୍ରୁତତମ  ହ୍ୟୁମାନ କାଲ୍‌କୁଲେଟର ଆଖ୍ୟା ପାଇଛନ୍ତି ।

ମାନସିକ ଗଣିତ କାଲକୁଲେସନ୍ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ଭାରତକୁ ପ୍ରଥମ ଗୋଲ୍ଡ ଦେଇଛନ୍ତି ହାଇଦ୍ରାବାଦର ନୀଳକଣ୍ଠ ଭାନୁ ପ୍ରକାଶ ଲଣ୍ଡନରେ ଅନୁଷ୍ଠିତ ଏହି ବିଶ୍ୱ ଚାଚାମ୍ପିଅନ୍‌ସିପ୍‌ରେ ୧୩ଟି ଦେଶରୁ ଭାଗ ନେଇଥିଲେ ୨୯ ଜଣ ପ୍ରତିଯୋଗୀ। ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ନୀଳକଣ୍ଠ।

ନୀଳକଣ୍ଠ ମାଇଣ୍ଡ ସ୍ପୋର୍ଟସ ଅଲିମ୍ପିଆଡ୍‌ରେ ସ୍ୱର୍ଣ୍ଣ ପଦକ ଜିତି ୪ଟି ବିଶ୍ୱ ରେକର୍ଡ ଏବଂ ୫୦ ଲିମ୍‌କା ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ଏହି ପ୍ରତିଯୋଗିତାରେ  ୫୭ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତିଯୋଗୀ ଭାଗ ନେଇଥିଲେ। ହେଲେ ସେମାନଙ୍କୁ ମାତ୍‌ ଦେଇ   ୨୦ ବର୍ଷ ବୟସରେ ନୀଳକଣ୍ଠ ଭାରତ ପାଇଁ  ଆଣିଦେଇଛନ୍ତି ଏହି ସଫଳତା।  ତାଙ୍କ ମତରେ ଗଣିତ ହେଉଛି ମସ୍ତିଷ୍କର ଏକ ବଡ ଖେଳ ।ନୀଳକଣ୍ଠ ପ୍ରତି ମୁହୂର୍ତ୍ତରେ ଅଙ୍କକୁ ନେଇ ଭାବନାରେ ଥାନ୍ତି।  ସେ କୁହନ୍ତି, ଦ୍ରୁତଗାମୀ ଧାବକଙ୍କ ଉପର କେହି ପ୍ରଶ୍ନ ଉଠାନ୍ତି ନାହିଁ । କିନ୍ତୁ ମେଣ୍ଟାଲ ଗଣିତକୁ ନେଇ ସବୁବେଳେ ପ୍ରଶ୍ନ ଉଠିଥାଏ ।

ଏହି ସଫଳ ଛାତ୍ର ନୀଳକଣ୍ଠଙ୍କର ଗଣିତକୁ ନେଇ ରହିଛି ବଡ ସ୍ୱପ୍ନ।  ଛାତ୍ରଛାତ୍ରୀଙ୍କର ଗଣିତ ପ୍ରତି ଥିବା ଭୟକୁ ଦୂର କରିବା ହେଉଛି ନୀଳକଣ୍ଠଙ୍କର ସ୍ୱପ୍ନ ଓ ଲକ୍ଷ୍ୟ।

ନୀଳକଣ୍ଠଙ୍କ ଏପରି ବିରଳ ରେକର୍ଡ ପାଇଁ ଗର୍ବିତ ତାଙ୍କ ବାପା । ତାଙ୍କୁ ପ୍ରୋତ୍ସାହନ ପାଇଁ ଭାରତ ସରକାର ଆଗେଇ ଆସିବାକୁ ସେ ନିବେଦନ କରିଛନ୍ତି

 

You might also like