କାଲି ମଧ୍ୟରାତ୍ରିରୁ ଫାସ୍ଟ୍ୟାଗ୍ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ନିଷ୍ପତ୍ତିକୁ ପ୍ରାୟ ଦେଢ଼ମାସ ଗଡ଼ାଇବା ପରେ ଆସନ୍ତାକାଲି ମଧ୍ୟରାତ୍ରିରୁ ଫାସ୍ଟ୍ୟାଗ୍ ବାଧ୍ୟତାମୂଳକ ହେବ। ରାଜ୍ୟର ଟୋଲ୍ଗେଟ୍ ଗୁଡ଼ିକରେ ମଧ୍ୟରାତ୍ରିରୁ ଏହି ନିୟମକୁ କଡ଼ାକଡ଼ି କରାଯିବ। ଫାସଟ୍ୟାଗ୍ ନଥିଲେ ଗାଡ଼ି ଚାଳକ ପୂର୍ବ ନିଷ୍ପତ୍ତି ମୂତାବକ ଦୁଇ ଗୁଣା ଟୋଲ୍ ଫି ଗଣିବେ। କେନ୍ଦ୍ର ପରିବହନ ମନ୍ତ୍ରାଳୟ ଫକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଚଳିତ ବର୍ଷ ଆରମ୍ଭରୁ ଚାରି ଚକିଆ ସମେତ ଭାରିଯାନ ଗୁଡ଼ିକ ପାଇଁ ଫାସ୍ଟ୍ୟାଗ୍ ନିୟମ ଲାଗୁ କରିବାକୁ କେନ୍ଦ୍ର ସରକାର ଯୋଜନା କରିଥିଲେ। ପରବର୍ତ୍ତୀ ସମୟରେ ଏହାର ଅବଧି ବଢ଼ାଇଦେଇଥିଲେ। ଏହାପୂର୍ବରୁ ପଞ୍ଜିକରଣ ସମୟ ସୀମାକୁ ଏକାଧିକ ଥର ବୃଦ୍ଧି କରାଯାଇଥିଲା। ଏଣିକି ଅର୍ଥାତ ଆସନ୍ତାକାଲି ମଧ୍ୟରାତ୍ରିରୁ ଟୋଲ୍ଗେଟ୍ ଗୁଡ଼ିକରେ ଫାସଟ୍ୟାଗ୍ ବାଧ୍ୟତାମୂଳକ ବୋଲି କେନ୍ଦ୍ର ପରିବହନ ମନ୍ତ୍ରାଳୟ କହିଛି।
ଗାଡ଼ିରେ ଫାସଟ୍ୟାଗ୍ ଲଗାଇଥିଲେ ଏବଂ ସକ୍ରିୟ ଥିଲେ ଅଧିକ ଟଙ୍କା ଗଣିବାକୁ ପଡ଼ିବନି କି ଟୋଲ୍ ଗେଟ୍ ଗୁଡ଼ିକରେ ଲମ୍ବାଲାଇନ୍ରେ ରହିବାକୁ ପଡ଼ିବନି। ଫାସଟ୍ୟାଗ ଲାଗିଥିବା ହାଲୁକା କିମ୍ବା ଭାରିଯାନ ଗୁଡ଼ିକୁ ଅଟକାଉଥିବା ଇଣ୍ଟରସେପ୍ଟର ତୁରନ୍ତ ଉଠିଯିବ।