ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଫ୍ୟାଶନ୍‌ ଡିଜାଇନର୍‌

ନୂଆଦିଲ୍ଲୀ: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଫ୍ୟାଶନ୍‌ ଡିଜାଇନର୍‌। ଶୁକ୍ରବାର ରାତିରେ ‌ଦକ୍ଷିଣ ଦିଲ୍ଲୀ ଲାଜ୍‌ପତ୍ ନଗରର‌ ଅମର କଲୋନୀ ଅଞ୍ଚଳରେ ଏହି ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରରେ ଏକ BMW କାର୍ ଚଢ଼ି ଯିବା ଫଳରେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

ଦୁର୍ଘଟଣା ଘଟାଇଥିବା କାର୍‌ରେ ଜଣେ ୨୯ ବର୍ଷୀୟ ଫ୍ୟାଶନ୍‌ ଡିଜାଇନର୍‌ ଥିଲେ। ଦୁର୍ଘଟଣା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଓ ପରେ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା। ହେଲେ ପରେ ସେ ଜାମିନ୍‌ରେ ଆସିଥିଲେ।

ଏହି ଘଟଣାକୁ ନେଇ ଫ୍ୟାଶନ୍‌ ଡିଜାଇନର୍‌ ଜଣକ କହିଛନ୍ତି, କାର୍‌ ଭିତରେ ଆଇସ୍‌କ୍ରିମ୍‌ ଖାଉଥିବା ସମୟରେ ହଠାତ୍‌ ତାଙ୍କ ଉପରକୁ ତାଙ୍କ କୁକର ଡେଇଁ ପଡ଼ିଥିଲା। ଫଳରେ ସେ ଗାଡ଼ିର accelerator ଉପରେ ଗୋଡ଼ ରଖି ଦେଇଥିଲେ।

ଏହାପରେ ଗାଡ଼ିଟି ଆଗକୁ ଗଡ଼ି ଜଣେ ଆଇସ୍‌କ୍ରିମ୍‌ ଦୋକାନୀଙ୍କ ଉପରେ ଚଢ଼ି ଯିବା ସହ ସେଠାରେ ଉପସ୍ଥିତ ଥିବା ଆଉ ୩ଜଣଙ୍କ ଉପରେ ଚଢ଼ି ଯାଇଥିଲା।  

ଦୁର୍ଘଟଣା ପରେ ଫ୍ୟାଶନ୍‌ ଡିଜାଇନର୍ ଜଣକ ଗାଡ଼ି ଧରି ତୁରନ୍ତ ସେଇ ସ୍ଥାନରୁ ପଳାଇ ଯାଇଥିଲେ। ହେଲେ ଏହି ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା।

ଆହୁରି ପଢ଼ନ୍ତୁ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ଲକଡାଉନ୍‌ରେ ନିଆରା କାମ କରି ପ୍ରେରଣା ସାଜିଲେ ରାଜ୍ୟପାଳ

ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

ଇଡିରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଚାଷୀଙ୍କ ପାଇଁ ଖୁସି ଖବର, ପ୍ରଥମଥର ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍‌

ଭୂସ୍ଖଳନରେ ଚାଲିଗଲା ୫ ଜୀବନ

ଟ୍ରାକ୍ଟର ସାହାଯ୍ୟରେ ବାହାରିଲା ଗାଈ ଦୁଗ୍ଧ, ଭିଡିଓ ଶେୟାର କଲେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌

ଏବେ ‘ହ୍ୱାଟ୍ ଟୁ ଥିଙ୍କ୍’ ନୁହେଁ, ‘ହାଓ ଟୁ ଥିଙ୍କ୍’ ଉପରେ ଫୋକସ୍

ରେକର୍ଡ ଭାଙ୍ଗିଲା ରୂପା ଦର, ସୁନା ଦର ବି ହେଲା ଆକାଶଛୁଆଁ

ଦେଶରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୮୮୬ ମୃତ

ଶେଷରେ ପାଟ୍‌ନା ଏସ୍‌ପିଙ୍କୁ ଗୃହବନ୍ଦୀରୁ ମୁକ୍ତ କଲା ବିଏମ୍‌ସି

You might also like