ପିଏସ୍‌ଏ ଆଇନ୍‌ରେ ବନ୍ଦୀ ହେଲେ ଫାରୁକ ଅବ୍‌ଦୁଲ୍ଲା; ଗୋଟେ ବର୍ଷ ପାଇଁ ଅଟକ ରହିପାରନ୍ତି

ନୂଆଦିଲ୍ଲୀ: ଦେଶର ପ୍ରଥମ ରାଜନେତା ଭାବେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଜନ ନିରାପତ୍ତା ଆଇନ୍‌(ପିଏସ୍‌ଏ) ଜରିଆରେ ବନ୍ଦୀ କରାଯାଇଛି। ରବିବାର ସନ୍ଧ୍ୟାରୁ ଏହି ଆଇନ୍‌ ବଳରେ ଫାରୁକଙ୍କୁ ତାଙ୍କ ନିଜ ବାସଭବନର ଗୋଟିଏ ରୁମ୍‌ ଭିତରେ ଅଟକ ରଖାଯାଇଛି।

ନିୟମ ଅନୁଯାୟୀ, ପିଏସ୍‌ଏ ଅନୁଯାୟୀ ବନ୍ଦୀ ହେଉଥିବା ବ୍ୟକ୍ତିବିଶେଷଙ୍କୁ ଗୋଟିଏ ବର୍ଷ ଯାଏ ପ୍ରଶାସନ ଅଟକ ରଖିବାର କ୍ଷମତା ରହିଛି। ଏହି ସମୟରେ କୌଣସି ଶୁଣାଣି ହୋଇପାରିବ ନାହିଁ।

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଫାରୁକଙ୍କ ସମେତ ଏକାଧିକ କାଶ୍ମୀର ନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା। ଏବେ କାଶ୍ମୀର ସ୍ଥିତି ସ୍ୱାଭାବିକ ହେଉଥିବାରୁ ସମସ୍ତଙ୍କୁ ମୁକ୍ତ କରାଯିବ ବୋଲି ଆଶା କରାଯାଉଥିଲା।

ହେଲେ ଫାରୁକ ଛାଡ଼ ପାଇଲେ ହିଂସା ସୃଷ୍ଟି କରିବାକୁ ତାଙ୍କ ସମର୍ଥକମାନଙ୍କୁ ଉସକାଇ ପାରନ୍ତି ବୋଲି ପ୍ରଶାସନ ଆଶଙ୍କା କରିଥିଲା। ତେଣୁ ରବିବାର ସନ୍ଧ୍ୟାରୁ ତାଙ୍କୁ ପିଏସ୍‌ଏ ବଳରେ ବନ୍ଦୀ କରାଯାଇଛି।

ଫାରୁକଙ୍କୁ ପିଏସ୍ଏ ବଳରେ ବନ୍ଦୀ କରାଯାଇଥିବା ବେଳେ ତାଙ୍କ ପୁଅ ଓମାର ଅବଦୁଲ୍ଲା ଓ ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କୁ ଧାରା ୧୦୭ ବଳରେ ଅଟକ ରଖାଯାଇଛି।

ଆହୁରି ପଢ଼ନ୍ତୁ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

You might also like