କୃଷକ ଆନ୍ଦୋଳନକୁ ପୂରିଲା ୬ ମାସ : ଆନ୍ଦୋଳନକାରୀ ଆଜି ପାଳୁଛନ୍ତି କଳା ଦିବସ

  • ଆଲର୍ଟରେ ଦିଲ୍ଲୀ ପୋଲିସ୍
  • ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି କଳା ଦିବସ ପାଳନ କରିବେ କୃଷକ ସଂଗଠନ । ସଂକ୍ରମଣ ଭୟ ଭିତରେ କୃଷକ ସଂଗଠନ କରୁଥିବା ବିକ୍ଷୋଭକୁ ଆଜି ୬ ମାସ ପୂରିଛି । ସାରା ଦେଶରେ କଳା ଦିବସ ପାଳନ କରାଯାଉ ବୋଲି କୃଷକମାନେ ଆହ୍ୱାନ ଦେଇଛନ୍ତି । ସମସ୍ତଙ୍କ ଘରେ ଓ ଗାଡ଼ିରେ କଳା ପତାକା ଲଗାଇ ମୋଦି ସରକାରଙ୍କ କୁଶପୁତ୍ତଳିକା ଦାହ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି କୃଷକ ସଂଗଠନ । ଚାଷୀଙ୍କ ଦାବି ପୂରଣ ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ ଆବଶ୍ୟକ ବୋଲି କହିଛନ୍ତି ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ପ୍ରମୁଖ । ସେପଟେ କରୋନା କାଳରେ କଳାଦିବସ ମନାଇବା ପାଇଁ ବୋଡରରେ ଏକାଠି ହୋଇଛନ୍ତି ଅନେକ କୃଷକ ।

କୃଷକଙ୍କ କଳାଦିବସ ପାଇଁ ଯେପରି କୌଣସି ଅପ୍ରୀତିକରଣ ଘଟଣା ନଘଟେ, ସେଥିପାଇଁ ସତର୍କ ରହିଛି ଦିଲ୍ଲୀ ପୋଲିସ୍ । ଚାରିଆଡ଼େ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୀମାନ୍ତରେ ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ତେବେ ଦିଲ୍ଲୀ ପୋଲିସର ମୁଖପାତ୍ର ଚିନ୍ମୟ ବିଶ୍ଵାଳ କହିଛନ୍ତି,” କରୋନାର ଏହି ଭୟାବହ ପରିସ୍ଥିତିରେ ଜନଜୀବନ ହାନି ହେଉଥିବାରୁ କାର୍ଯ୍ୟକ୍ରମରେ ଭିଡ ନକରିବାରକୁ ନିବେଦନ କରା ଯାଇଛି । ବିକ୍ଷୋଭ ସ୍ଥଳରେ ଲୋକଙ୍କୁ ଏକାଠି ବସିବାକୁ ଅନୁମତି ଦିଆଯାଇ ନାହିଁ । “ଯଦି କୌଣସି ବ୍ୟକ୍ତି ବେଆଇନ କାର୍ଯ୍ୟ  କରନ୍ତି କିମ୍ବା କରୋନା ନିୟମ ଭାଙ୍ଗିବାକୁ ଚେଷ୍ଟା କରନ୍ତି, ତେବେ ଆମେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ଚିନ୍ମୟ ବିଶ୍ୱାଳ । ଏହା ସହିତ ବୋଡରରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯିବ ।

ଅନ୍ୟପକ୍ଷରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଦ୍ୱାରା ଦେଶବ୍ୟାପୀ ପ୍ରଦର୍ଶନକୁ ସମର୍ଥନ କରିଛନ୍ତି ଦେଶର ୧୪ ପ୍ରମୁଖ ବିରୋଧୀ ଦଳ । କଂଗ୍ରେସ, ଜେଡିଏସ୍, ଏନସିପି, ଟିଏମସି, ଶିବସେନା, ଡିଏମକେ, ଜେଏମଏମ, ଜେକେପିଏ, ଏସପି, ବିଏସପି, ଆରଜେଡି, ସିପିଆଇ, ସିପିଏମ ଏବଂ ଆମ୍ ଆଦମୀ ପାର୍ଟି ଏଥିରେ ସାମିଲ ଅଛନ୍ତି । ଏଥିସହିତ କେନ୍ଦ୍ର ସରକାର ଚାଷୀଙ୍କ ସହ ଆଲୋଚନା କରନ୍ତୁ ବୋଲି ଦାବି କରିଛନ୍ତି। ଏହାପୂର୍ବରୁ ମେ ୨୧ ସଂଯୁକ୍ତ କିଷାନ୍ ମୋର୍ଚ୍ଚା (ଏସକେଏମ୍) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ତିନି କୃଷି ଆଇନ ଉପରେ ଆଲୋଚନା ଆରମ୍ଭ କରିବାକୁ ଅନୁରୋଧ କରିଥିଲେ।

You might also like