ଚାଷୀ ଆନ୍ଦୋଳନ ଆହୁରି ତେଜିବ; ଦିଲ୍ଲୀ ରାସ୍ତା ବନ୍ଦ ପାଇଁ ଚେତାବନୀ

ନୂଆଦିଲ୍ଲୀ: ୧୫ ଦିନରେ ପହଞ୍ଚିିଛି ଚାଷୀଙ୍କ ଆନ୍ଦୋଳନ। ଦିଲ୍ଲୀ ସୀମାରେ ୧୫ ଦିନ ଧରି ଧାରଣାରେ ବସିଛନ୍ତି ଶହଶହ ଚାଷୀ। ନୂଆ କୃଷି ଆଇନ ଉଚ୍ଛେଦ ପ୍ରତିବାଦରେ ଚାଲିଥିବା ଧାରଣାରେ ଏବେ ଅଧିକ ବଳ ଜୁଟାଉଛନ୍ତି କୃଷକ ସଂଗଠନ। ପଞ୍ଜାବ, ହରିୟାଣା, ୟୁପିରୁ ଅଧିକ ସଂଖ୍ୟକ ଚାଷୀ ଆସି ଏଥିରେ ସାମିଲ ହୋଇଥିବା ଜଣାପଡ଼ିଛି।

ସଂଶୋଧନ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ପରେ ଏବେ ଚାଷୀଙ୍କୁ ମନାଇବାକୁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର। ସଂଶୋଧନ ପ୍ରସ୍ତାବରେ କିଛି ନୂଆ ତଥ୍ୟ ଓ ଦାବି ଉପସ୍ଥାପନ କରାଯାଇପାରେ। ଆଜି ଏ ନେଇ କେନ୍ଦ୍ର ସରକାରଙ୍କ ବୈଠକ ବସିପାରେ।

ସେପଟେ ୧୨ ତାରିଖରେ ଜୟପୁର-ଦିଲ୍ଲୀ ଏନ୍ଏଚ୍ ଅବରୋଧ କରାଯିବ ବୋଲି ଘୋଷଣା କରିଛନ୍ତି ଚାଷୀ ନେତା । ୧୨ ତାରିଖରେ ସାରା ଦିନ ଦେଶର ସମସ୍ତ ଟୋଲ ପ୍ଲାଜା ଗୁଡିକୁ ଜାମ୍ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ। ସେହିପରି ଦିଲ୍ଲୀ ଚଲୋ ନାରା ଦେଇ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ନିଷ୍ପତି ନିଆଯାଇଛି। ଚାଷୀ ଏହି ଦିନ ସବୁ ଜିଲ୍ଲା ମୁଖ୍ୟାଳୟରେ କୃଷକ ଆନ୍ଦୋଳନ କରିବା ନିଷ୍ପତ୍ତି ନେଇଛନ୍ତି।

You might also like