ନୂଅାଦିଲ୍ଲୀରେ ପୁଣି ଗର୍ଜିବେ ଶହ ଶହ ଚାଷୀ

‘କିଷାନ ମୁକ୍ତି ଯାତ୍ରା’ରେ ୨ଶହ ସଙ୍ଗଠନ ସାମିଲ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଗର୍ଜିବେ ଶହ ଶହ ଚାଷୀ। କୃଷିଋଣ ଛାଡ଼ ଏବଂ ଅମଳର ଦେଢ଼ ଗୁଣା ମୂଲ୍ୟ ପ୍ରଦାନ ପାଇଁ ଚାଷୀ ସଂଗଠନ ଦିଲ୍ଲୀରେ ଏକତ୍ର ହେଉଛନ୍ତି। ଜନ୍ତର ମନ୍ତରରେ ଏକାଠି ହେବା ପରେ ସମସ୍ତ କୃଷକ ସଂସଦ ଅଭିମୁଖେ ଯାତ୍ରା କରିବେ।

ଅଖିଳ ଭାରତୀୟ କୃଷକ ସଙ୍ଗଠନ ସମନ୍ୱୟ ସମିତିର ଅାହ୍ୱାନ କ୍ରମେ ଦେଶର ୨ଶହରୁ ଅଧିକ ସଂଗଠନ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି। ‘କିଷାନ ମୁକ୍ତି ଯାତ୍ରା’ ନାମରେ ଏହି ବିଶାଳ ରାଲିର ଅାୟୋଜନ କରାଯାଉଛି। ସାରା ଦେଶରୁ କୃଷକମାନେ ଦିଲ୍ଲୀକୁ ଯୋଡୁଥିବା ଗୁରୁତ୍ୱପୂର୍ଣ୍ଣ ୮ଟି ରାସ୍ତା ଦେଇ ପ୍ରବେଶ କରୁଛନ୍ତି।

ଏଥିପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ଅାଡଭାଇଜାରୀ ଜାରି କରାଯାଇଛି। ଏକ ହଜାରରୁ ଅଧିକ ଚାଷୀ ଜନ୍ତର ମନ୍ତରରେ ଏକାଠି ହୋଇପାରିବେ ନାହିଁ ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି।

You might also like