କେନ୍ଦ୍ର ଓ କୃଷକ ସଙ୍ଗଠନ ମଧ୍ୟରେ ଆଜି ଆଉ ଏକ ପର୍ଯ୍ୟାୟ ଆଲୋଚନା

ବାହାରିବ କି ସହମତିର ରାସ୍ତା ? ବୈଠକ ଉପରେ ସମଗ୍ର ଦେଶର ନଜର

ନୂଆଦିଲ୍ଲୀ : ସଂଶୋଧିତ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ବିଭିନ୍ନ କୃଷକ ସଙ୍ଗଠନ ମଧ୍ୟରେ ଆଜି ପୁଣି ଥରେ ଆଲୋଚନା ଅନୁଷ୍ଠିତ ହେବ । ରାଜଧାନୀ ଦିଲ୍ଲୀରେ ପାରଦ ଖସୁଥିବା ବେଳେ ଶନିବାରଠାରୁ ବର୍ଷା ବିକ୍ଷୋଭକାରୀଙ୍କୁ ଅସ୍ତବ୍ୟସ୍ତ କରିପକାଇଛି ସତ ଆନ୍ଦୋଳନକୁ ସ୍ଥଗିତ ରଖିନାହାନ୍ତି କୃଷକ । ୨୬ ନଭେମ୍ବର ଠାରୁ ଦିଲ୍ଲୀ ସୀମାରେ ବିକ୍ଷୋଭ କରୁଥିବା ଚାଷୀ ନେତାମାନେ  ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଘୋଷଣା କରିଛନ୍ତି । ତେବେ ଆଜି ବସିବାକୁ ଥିବା ବୈଠକ ଉପରେ ସମଗ୍ର ଦେଶର ନଜର ରହିଛି । ସହମତିର ରାସ୍ତା ବାହାରିବ ବୋଲି ଆଶା କରାଯାଉଛି ।

ଆଜି ପୁଣି ଥରେ ଦିନ ୨ଟାରେ କୃଷକ ନେତା ଓ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରେ ଦିଲ୍ଲୀର ବିଜ୍ଞାନ ଭବନରେ ଆଲୋଚନା କରିବେ । ଶୀତର ପ୍ରକୋପ ସହିବେ ସତ ନୂଆ କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶୀତକାକରରେ ଆନ୍ଦୋଳନ ଜାରି ରଖିଥିବା ଚାଷୀ । ସିଂଘୁ ସୀମା ଏବଂ ଗାଜିପୁର ସୀମାରେ ହଜାର ହଜାର ଚାଷୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଆନ୍ଦୋଳନ ଜାରି ରଖିଛନ୍ତି । ଆନ୍ଦୋଳନ ସ୍ଥଳରେ ପାଣି ଜମି ଯାଇଥିବା ବେଳେ ବର୍ଷା ପରେ ଥଣ୍ଡା ବଢିଛି । ଚାଷୀମାନେ ବ୍ୟବହାର କରୁଥିବା ରୋଷେଇ ସାମଗ୍ରୀ,  ଗଦି, କମ୍ବଳ ଆଦି ସବୁ ଭିଜି ଯାଇଛି । ତଥାପି ସେଥି ପ୍ରତି ଧ୍ୟାନ ନଦେଇ ଆନ୍ଦୋଳନରୁ ହଟି ନାହାନ୍ତି କୃଷକ ସଂଗଠନ ।

ନୂଆ କୃଷି ଆଇନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେବ । ସାରା ଦେଶରେ ଚାଷୀଙ୍କ ସ୍ଥିତିକୁ ଆହୁରି  ତଳିତଳାନ୍ତ କରି ପକାଇବ ବୋଲି କହିଛି କୃଷକ ସଂଗଠନ ।  ଆନ୍ଦୋଳନକାରୀ ପରବର୍ତ୍ତି ଆନ୍ଦୋଳନ ଲାଗି ଏବେ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ସରକାର ନିଜର ଜିଦ୍ ଛାଡ଼ିବା ଦରକାର । ଶୀତ ଆଉ ବର୍ଷାରେ କୃଷକ ସଂଗଠନ ଗୁଡ଼ିକ ଧାରଣାରେ ବସିଥିଲେ ସୁଦ୍ଧା ସରକାରଙ୍କୁ ଏଥି ପ୍ରତି ଚିନ୍ତା ନାହିଁ । ଜାନୁଆରୀ ୧୩ ତାରିଖରେ ନୂଆ ଆଇନର କପି ଜଳାଇ ଲୋହଡି ପର୍ବ ପାଳନ କରିବୁ ବୋଲି କୃଷି ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦେଶବ୍ୟାପୀ ଜାନୁଆରୀ ୬ରୁ ୨୦ ଯାଏଁ ଚାଷୀଙ୍କ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନର ଆୟୋଜନ କରାଯାଉ ବୋଲି ମଧ୍ୟ ସାଧାରଣ ଜନତାଙ୍କୁ ଅପିଲ କରିଛନ୍ତି  ।

ଗତମାସ ୩୦ ତାରିଖରେ କୃଷକ ନେତା ଓ କେନ୍ଦ୍ର ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ କେନ୍ଦ୍ର କୃଷିମନ୍ତ୍ରୀ  ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି  ଆଶ୍ୱାସନା ଦେଇଥିଲେ । କୃଷି ସଂଗଠନ ଦାବି କରିଥିବା  ୪ଟି ପ୍ରସଙ୍ଗ ମଧ୍ୟରୁ ୨ଟି ଉପରେ ସହମତି ପ୍ରକାଶ ପାଇଥିଲା । ଆଲୋଚନା ପରେ ପରିବେଶ ଜନିତ ଏବଂ ବିଦ୍ୟୁତ୍‍ ଆଇନ ପରି ସମସ୍ୟାର ସମାଧାନ ହୋଇଥିଲା   ।

ତେବେ ଏହି ଆନ୍ଦୋଳନରେ କୃଷି ସଂଗଠନ ଗୁଡ଼ିକର ସମର୍ଥନ କରୁଛନ୍ତି ବିରୋଧୀ ଦଳ । ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କେନଦ୍ର ସରକାରଙ୍କ ଦ୍ୱରା ପାରିତ ହୋଇଥିବା କୃଷି ଆଇନକ ବିରୋଧ କରି ଜୟପୁର ସହିଦ ସ୍ମାରକ ନିକଟରେ ’କୃଷକ ବଂଚାଅ, ଦେଶ ବଂଚାଅ’ ଅଭିଯାନର ଆୟୋଜନ କରିଥିଲେ । ଏହି ଧାରଣାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ସମେତ ଅନକ କଂଗ୍ରେସ ବିଧାୟକ ଓ ଦଳର କାର୍ଯ୍ୟକର୍ତ୍ତା ସାମଲି ଥିଲେ । ଏହି ଧାରଣାରେ ସମ୍ମୋଧିତ କରି ଅଶୋକ ଗେହଲଟ୍ ରବିବାର କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଜାଣି ରଖିବା ଉଚିତ, କେନ୍ଦ୍ର ଦ୍ୱାରା ପାରିତ ହୋଇଥିବା ଆଇନ୍ ବିରୋଧରେ ଦେଶର କୃଷକଙ୍କ ସହ ଅଛନ୍ତି ପୂରା ଦେଶର ଲୋକେ ।

You might also like