ନିକିତା ତୋମାର ମର୍ଡର କେଶ୍‌କୁ ନେଇ ରାଜନୀତି କରାଯାଉଥିବା ଅଭିଯୋଗ

ଫରିଦାବାଦ: ଗତ ସୋମବାର ହରିଆଣା ଫରିଦାବାଦର କଲୋଜ ଛାତ୍ରୀ ନିକିତା ତୋମାର ହତ୍ୟାକାଣ୍ଡରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ଟିମ୍‌ ଯାଞ୍ଚ ଆରମ୍ଭ କରିଛି। ଦୁଇ ଅଭିଯୁକ୍ତ ତୌସିଫ୍‌ ଏବଂ ରେହାନକୁ ପୋଲିସ୍‌ ଦୁଇଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ ଆରମ୍ଭ କରିଛି। ଏହି ସମୟରେ ଅଭିଯୁକ୍ତ ତୌସିଫ୍‌ର ପରିବାରଲୋକ ଘଟଣାକୁ ନେଇ ହୀନ ରାଜନୀତି କରାଯାଉଥିବା ଅଭିଯୋଗ କରିଛନ୍ତି।

ବିଏସ୍‌ପିରୁ ନିର୍ବାଚନ ଲଢ଼ିଥିବା ଅଭିଯୁକ୍ତ ତୌସିଫ୍‌ର ଦାଦା ଜାଭେଦ୍‌ ଖାନ ଏହି ମାମଲାରେ ହୀନ ରାଜନୀତି କରାଯାଉଥିବା ଗଣମାଧ୍ୟମକୁ କହିଛନ୍ତି। ତାଙ୍କ ପରିବାରରୁ ଏମ୍‌ପି, ବିଧାୟକ ଓ ମନ୍ତ୍ରୀ ରହିଥିବା ସେ କହିଛନ୍ତି।

ଲୋକଙ୍କ ସହୋଯୋଗରୁ ଆମକୁ ଏହି ସମ୍ମାନ ମିଳିଛି। ଆମେ ଆମ ପିଲାଙ୍କୁ ଧର୍ମ ପରିବର୍ତ୍ତନ ବା ଲଭ୍‌-ଜିହାଦ୍ କରିବାଭଳି ଶିକ୍ଷା ଦେଇନାହୁଁ। ତୌସିଫ୍‌ ଏବଂ ନିକିତା ଦୁହେଁ ସପ୍ତମ କ୍ଲାସ୍‌ରୁ ସାଙ୍ଗ ହୋଇ ପାଠ ପଢ଼ୁଥିଲେ। ଏହାଛଡ଼ା ଦୁଇ ପରିବାର ମଧ୍ୟରେ ଭଲ ସମ୍ପର୍କ ରହିଥିବା ଜାଭେଦ୍ କହିଛନ୍ତି।

୨୦୧୮ରେ ତୌସିଫ୍‌ ବିରୋଧରେ ହୋଇଥିବା ଅଭିଯୋଗକୁ ନେଇ ସେ କହିଛନ୍ତି ଯେ ସେତେବେଳର ମାମଲା ସେମିତି ବଡ଼ ନଥିଲା। ନିକିତାର ପରିବାର ମଧ୍ୟ ତୌସିଫ୍‌କୁ କ୍ଷମା କରିଦେଇଥିଲେ।

ତେବେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। କେନ୍ଦ୍ରମନ୍ତ୍ରୀ କୃଷ୍ଣପାଲ ଗୁର୍ଜର ନିକିତାଙ୍କ ପରିବାରକୁ ଭେଟି ତାଙ୍କୁ ଉଚିତ୍‌ ନ୍ୟାୟ ଦିଆଯିବ ବୋଲି କିହିଛନ୍ତି।

ଅନ୍ୟପଟେ ଗତକାଲି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟରଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇ ତଦନ୍ତ କରାଯାଉଛି।

You might also like