କଇଁଚିରେ ସ୍ତ୍ରୀଙ୍କ ମୁଣ୍ଡ କାଟି ଅଲଗା କରିଥିଲେ ରାକ୍ଷସ ସ୍ୱାମୀ, ମିଳିଲା ସଜା

ଫରିଦାବାଦ: ହରିଆଣା ଫରିଦାବାଦ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣାର ବିଚାର କରି ମୁମ୍ବାଇ କୋର୍ଟ ରାୟ ଶୁଣାଣି କରିଛି। କଇଁଚିରେ ଏକାଧିକବାର ଆଘାତ ଦେଇ ପତ୍ନୀଙ୍କ ଗଳାକାଟି ହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଅତିରିକ୍ତ ସେସନ୍‌ ଜଜ୍‌ ସରତାଜ ବାସବାନାଙ୍କ ଅଦାଲତ ଦୋଷୀ ଉପରେ ୨୦ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି । ଆସାମୀ ଅତି ନିର୍ଦ୍ଦୟ ଭାବେ ନିଜ ପତ୍ନୀଙ୍କ ଗଳାକୁ ବାରମ୍ବାର କଇଁଚିରେ କାଟିଛନ୍ତି। ପତ୍ନୀଙ୍କ ଜୀବନ ଗଲା ପର୍ଯ୍ୟନ୍ତ ସେ ଲଗାତାର କଇଁଚିରେ ଆଘାତ କରି ଚାଲିଥିଲେ।

ଅଦାଲତ ଏହି ହତ୍ୟାକୁ ଅତ୍ୟନ୍ତ ବିଭତ୍ସ ବୋଲି କହିଛନ୍ତି। ଏପରି ବ୍ୟକ୍ତି ବଞ୍ଚି ରହିବା ସମାଜ ପାଇଁ ହିତ ନୁହେଁ। ଏହି ଘଟଣା ୨୦୧୮ ମାର୍ଚ୍ଚ ୧୭ ତାରିଖ ଗୁରୁଗ୍ରାମ ସେକ୍ଟର ୨୩-ଏ ରେ ଘଟିଥିଲା। ସ୍ଥାନୀୟ ବ୍ରୁଜ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗକୁ ଭିତ୍ତି କରି ସୁରଜକୁଣ୍ଡ ଥାନାରେ ଏହି ମାମଲା ରୁଜୁ ହୋଇଥିଲା।

ବ୍ରୁଜ ଶର୍ମା କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କର ଭଉଣୀ ଅଞ୍ଜୁଙ୍କ ବିବହ ୧୭ ବର୍ଷ ତଳେ ନୂଆଦିଲ୍ଲୀ ହରି ନଗର ଆଶ୍ରମ ନିବାସୀ ସଞ୍ଜୀବ କୌଶିକଙ୍କ ସହ ହୋଇଥିଲା। ସଞ୍ଜୀବ ଦିଲ୍ଲୀ ମହାନଗର ନିଗମରେ ଚାକିରି କରିଥିଲେ। ଘଟଣାର କିଛି ଦିନ ପୂର୍ବରୁ ସଞ୍ଜୀବ ଘର ବଦଳାଇ ଗ୍ରୀନ ଫିଲ୍‌ଡ ଏରିଆରେ ରହୁଥିଲେ।

ଉଭୟଙ୍କର ୧୫ ବର୍ଷ ବୟସର ଏକ ପୁଅ ମଧ୍ୟ ଥିଲା। ସଞ୍ଜୀବ ସବୁବେଳେ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ଏହାକୁ ନେଇ ଅନେକ ସମୟରେ ପତ୍ନୀଙ୍କୁ ମାର୍‌ପିଟ୍‌ କରୁଥିଲେ। ୨୦୧୮ ମାର୍ଚ୍ଚ ୧୭ ଦିନ ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲେ। ଏହି ସମୟରେ ପୁଅ ନିକଟରେ ଥିବା ଦାଦାଙ୍କ ଘରକୁ ଯାଇଥିଲା। ରାଗରେ ଉତ୍‌କ୍ଷୀପ୍ତ ସଞ୍ଜୀବ ଏକ କଇଁଚି ଆଣି ଅଞ୍ଜଙ୍କ ବେକକୁ ଲାଗାତାର କାଟି ଚାଲିଥିଲେ। କ୍ରୋଧରେ ସେ ଏମିତି ରାକ୍ଷସ ପାଲଟି ଯାଇଥିଲେ ଯେ, ପତ୍ନୀଙ୍କ ମୁଣ୍ଡ ଶରୀରରୁ ଅଲଗା ହେବା ପର୍ଯ୍ୟନ୍ତ ସେ କାଟି ଚାଲିଥିଲେ।

ସେତିକିରେ କଥା ସରି ନ ଥିଲା। ଦୋଷୀ ସଞ୍ଜୀବ କଟା ମୁଣ୍ଡକୁ ପଲିଥିନ୍‌ରେ ଭରି ଲାଜପତ ନଗର ଫ୍ଲାଇ ଓଭରରେ ଫିଙ୍ଗି ଦେଇଥିଲେ। କିଛି ସମୟ ପରେ ଯେତେବେଳେ ପୁଅ ଘରେ ପହଞ୍ଚି  କବାଟରେ ତାଲା ପଡ଼ିଥିବା ଦେଖି ଦାଦାଙ୍କୁ ଖବର ଦେଇଥିଲା। ଦାଦା ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ପୋଲିସ କବାଟ ଖୋଲିବା ପରେ ଭିତରେ ଅଞ୍ଜୁଙ୍କ ମୁଣ୍ଡ ବିହୀନ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି ମାମଲା ରୁଜୁ କରିଥିଲା।  ସେବେଠାରୁ ଅଦାଲତରେ ମାମଲା ଚାଲିଥିଲା।

You might also like