ସକାଳେ ଘର ଛାତକୁ ଗଲା ବେଳକୁ ପଡ଼ିଛି ଟଙ୍କା ଭର୍ତ୍ତି ଦୁଇଟି ବ୍ୟାଗ୍‌

ଲକ୍ଷ୍ନୌ: ଥରେ ଭାବନ୍ତୁ ତ …. ଆପଣ ସକାଳୁ ଉଠିବା ପରେ ଆପଣଙ୍କ ଘର ଦୁଆର ସାମ୍ନାରେ ହଠାତ୍‌ ଦୁଇଟି ଟଙ୍କା ଭର୍ତ୍ତି ବେଗ୍ ପାଇବେ, ତେବେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ସେମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶର ମୀରୁଟ ମିସନ କମ୍ପାଉଣ୍ଡରେ। ଏଠାରେ ଏକ ପରିବାର ନିଜ ଛାତରୁ ଦୁଇଟି ବେଗ୍ ପାଇଥିଲେ, ଯେଉଁଥିରେ ଭର୍ତ୍ତି ହୋଇଥିଲା ବିଡ଼ା ବିଡ଼ା ନୋଟ୍‌। ବ୍ୟାଗ୍ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାର ଲୋକେ। ଏହାର ଦିନକ ପୂର୍ବରୁ ବ୍ୟକ୍ତିଙ୍କ ପଡ଼ିଶାଘର ବ୍ୟବସାୟୀଙ୍କ ଘରୁ କଳାକନା ବୁଲାଇ ଦେଇଥିଲା ଚୋର।

ଟଙ୍କା ପାଇଥିବା ପରିବାର ଲୋକଙ୍କ ଅନୁଯାୟୀ, ସେମାନେ ସକାଳେ ଛାତ ଉପରେ ଦୁଇଟି ନୋଟ୍ ଭର୍ତ୍ତି ବେଗ୍‌ ପାଇଥିଲେ। ଏହା ଚୋରି ଟଙ୍କା ଭାବିଥିଲେ। ଚୋର ଏହାକୁ ନେଇ ନ ପାରି ପରେ ଆସି ନେବାକୁ ଏଠାରେ ଛାଡ଼ିଦେଇଥିବ ବୋଲି ଚିନ୍ତା କରି ସେମାନେ ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଟଙ୍କା ବେଗ୍‌ ଉଦ୍ଧାର କରିଛି।

ଏହି ଘଟଣାରେ ପୋଲି ବ୍ୟବସାୟୀ ଘରେ କାମ କରୁଥିବା ରାଜୁ ନେପାଳିକୁ ସନ୍ଦେହ କରିଥିଲା। ସିସିଟିଭି ଫୁଟେଜ୍ ଚେକ୍ କରିବା ପରେ ନେପାଳି ହିଁ ଟଙ୍କା ଚୋରି କରିଛି ବୋଲି ଜଣାପଡ଼ିଥିଲା। ଏହି କାର୍ଯ୍ୟରେ ଏକ ଗାର୍ଡ ତାକୁ ସାହାଯ୍ୟ କରିଥିଲା। ଯାହାକୁ ପୋଲିସ ଗରିଫ କରିଛି।

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like