ନକଲି ପୁଲିସ ପରିଚୟରେ ୭ ମହିଳାଙ୍କୁ ବିବାହ ଓ ୬ ଜଣଙ୍କ ସହ ଯୌନସମ୍ପର୍କ

ଚେନ୍ନାଇ: ସପ୍ତମ ଶ୍ରେଣୀ ଯାଏ ପାଠ ପଢ଼ିଥିଲା। ହେଲେ ନିଜକୁ ଜଣେ ଦକ୍ଷ ପୁଲିସ୍‌ ଅଫିସର ଓ ଏନକାଉଣ୍ଟର ସ୍ପେଶାଲିଷ୍ଟର ପରିଚୟ ଦେଇ ଜଣେ ବ୍ୟକ୍ତି ୭ ଜଣ ମହିଳାଙ୍କୁ ବିବାହ କରିଥିଲା। ଏପରି କି ୬ ଜଣ ମହିଳାଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା। ଏଭଳି ଜଣେ ୪୨୦ ନକଲି ପୁଲିସ୍‌ ଅଫିସରଙ୍କୁ ଚେନ୍ନାଇ ପୁଲିସ୍‌ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି।

ତ୍ରିପୁରର ୪୨ ବର୍ଷୀୟ ରାଜେଶ ପୃଥ୍ୱୀର ଏହି କାଣ୍ଡ ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ସେ ତ୍ରିଚି, କୋଏମ୍ୱାଟୁର, ତ୍ରିପୁର, ତିରୁପତି ଓ କାଲାହସ୍ତିରେ ମଧ୍ୟ ୬ ଜଣ ମହିଳାଙ୍କୁ ନକଲି ପୁଲିର ପରିଚୟ ଦେଇ ବିବାହ କରିଥିବା ଜଣାପଡ଼ିଛି।

୨୦୧୭ରେ ନେଲସନ ମନିକମ ରୋଡ୍‌ରେ ରାଜେଶ ଏକ ଟେଲିମାର୍କେଟିଂ ଫାର୍ମ ଖୋଲିଥିଲା। ଏହି ଫାର୍ମ ଦ୍ୱାରା ସେ ଏକାଧିକ ମହିଳାଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ନିଜ ଜାଲରେ ଫସାଇଥିଲା। ରାଜେଶ ନିଜକୁ ଏନକାଉଣ୍ଟର ସ୍ପେଶାଲିଷ୍ଟ ବୋଲି ପରିଚୟ ଦେଇଥିବାରୁ, ମହିଳାମାନେ ମଧ୍ୟ ତାଙ୍କୁ ବିବାହ କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ।

ତେବେ ଜୁନ୍‌ ୩୦ରେ ରାଜେଶଙ୍କ ଫାର୍ମରେ କାମ କରୁଥିବା ଜଣେ ୧୮ ବର୍ଷୀୟ ଯୁବତୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଥିଲା। ପୁଲିସ୍‌ ପ୍ରାଥମିକ ତଦନ୍ତର ରାଜେଶ ହିଁ ତାଙ୍କୁ ଅପହରଣ କରିଥିବା ଜାଣିବାକୁ ପାଇଥିଲା। ସେପ୍ଟେମ୍ବର ୯ରେ ପୁଲିସ୍‌ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏହାପରେ ତାଙ୍କୁ ରାଜେଶ ବାହା ହୋଇଥିବା ଜଣାପଡ଼ିଥିଲା।

କିଛିଦିନ ପରେ ରାଜେଶ ଯୁବତୀଙ୍କୁ ଘର ବାହାର କରିଦେବାରୁ ସେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ପୁଲିସ୍ ତାଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ରାଜେଶ ବିଭିନ୍ନ ଲୋକଙ୍କ ଠାରୁ ୩୦ ଲକ୍ଷ ଟଙ୍କା ନେଇ ସେମାନଙ୍କ ପିଲାମାନଙ୍କୁ ମେଡିକାଲ ସିଟ୍ ଦେବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲା। ଖାଲିସେତିକି ନୁହେଁ, ତା’ କମ୍ପାନୀରେ କାମ କରୁଥିବା ୬ ଜଣ ମହିଳାଙ୍କୁ ମଧ୍ୟ ସେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

You might also like