ପଙ୍କରେ ପୋତା ଯାଇଥିଲା ନବଜାତ ଶିଶୁ, ବାହାରକୁ ଦିଶୁଥିଲା ଗୋଡ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗରସ୍ଥିତ ସୋନୋଉରା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ନବଜାତ ଶିଶୁପୁତ୍ରକୁ କେହି ଜୀବନ୍ତ ପୋତି ଦେଇଥିଲେ। ମାଟିତଳୁ ବାହାରି ଆସୁଥିବା ପିଲାଟିର ଚାପା କାନ୍ଦକୁ ଶୁଣି ଗ୍ରାମବାସୀ ତାହାକୁ ଉଦ୍ଧାର କରିଛନ୍ତି। ଯଦିଓ ଶିଶୁଟି ବଞ୍ଚି ଯାଇଛି, ତେବେ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ଶିଶୁଟିକୁ ଲକ୍ଷ୍ନୌର ଏକ ସରକାରୀ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି।
ସକାଳୁ ସକାଳୁ ଶିଶୁର ଚାପା କାନ୍ଦ ଶୁଣିବାକୁ ପାଇଥିଲେ। ସ୍ୱରକୁ ଅନୁସରଣ କରି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକ କୋଠା ଘରର ନିର୍ମାଣ କାର୍ଯ୍ୟ ଚାଲୁଥିଲା । ସେହି ନିର୍ମାଣାଧୀନ ନିକଟରେ ନବଜାତ ଶିଶୁଟିକୁ ମାଟି ଓ ପଙ୍କ ଭିତରେ ପୋତି ଦିଆଯାଇଥିଲା। କେବଳ ଗୋଡ ଦୁଇଟି ବାହାରକୁ ଦିଶୁଛି।
ଗ୍ରାମବାସୀ ତୁରନ୍ତ ଗାତ ଖୋଳି ପିଲାଟିକୁ ବାହାରକୁ ବାହାର କରିଥିଲେ। ପିଲାଟିକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପିଲାଟର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। କିନ୍ତୁ ପଙ୍କ ଭିତରେ ପୋତି ଦିଆଯାଇଥିବାରୁ କିଛି ପଙ୍କ ଢୋକି ଦେଇଛି।
ପୋଲିସ ଘଟଣାର ତଦନ୍ତ କରୁଛି। ପିଲାଟିକୁ ଏପରି ପରିସ୍ଥିତିରେ କିଏ ଛାଡ଼ିଛି ତାହାର ଖୋଳତାଡ ଚାଲିଛି।