ଘୃଣା ଓ ହିଂସା ସୃଷ୍ଟିକାରୀ ମନ୍ତବ୍ୟ ଉପରେ ଫେସବୁକ୍‌ ଜାରି କଲା କଡ଼ା କଟକଣା

ନୂଆଦିଲ୍ଲୀ: ଫେସବୁକ୍ ପକ୍ଷରୁ ଜାରି ହେଲା କଡ଼ା କଟକଣା।  ଘୃଣା ଓ ହିଂସା  ଉଦ୍ରେକକାରୀ ମନ୍ତବ୍ୟ ଉପରେ କଟକଣା ଜାରି କରିଛି ଫେସବୁକ୍‌।  ଏଣିକି ଏଭଳି ମନ୍ତବ୍ୟକୁ ପୋଷ୍ଟ କଲେ ଏ ଉପରେ ପ୍ରତିବନ୍ଧକ ଲାଗିବ। ଯିଏ ଯେଉଁ ବଡ଼ ପଦବୀରେ ଥାଆନ୍ତୁ ନା କାହିଁକି ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ରହିବ।

ସାରା ବିଶ୍ୱର ସବୁ ବ୍ୟକ୍ତି ଓ ରାଜନୈତିକ ଦଳ ପାଇଁ ସମାନ ନିୟମ ଲାଗୁ ହେବ ବୋଲି ଫେସବୁକ୍ ପକ୍ଷରୁ କୁହାଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବି କଡ଼ା ପଦକ୍ଷେପ ନିଆଯାଉଛି। ଫେସବୁକ୍‌ରେ ହେଉଥିବା ଏଭଳି ପୋଷ୍ଟକୁ ଯାଞ୍ଚ କରାଯିବ ଏବଂ ଏହି ପୋଷ୍ଟ ଯେପରି ଅପଲୋଡ୍ ନହେବ ସେ ନେଇ ବିଶେଷ ଭାବେ ଧ୍ୟାନ ଦିଆଯିବ।

ତଥ୍ୟର ସଠିକତା ଓ ସ୍ୱଚ୍ଛତା ପାଇଁ ନିୟମିତ ଅଡିଟ୍ କରାଯାଉଥିବା ଫେସବୁକ୍ ମୁଖପାତ୍ର କହିଛନ୍ତି।

ଫେସ୍‌ବୁକ୍‌ରେ‌ ବହୁ ସମୟରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଗତ ସପ୍ତାହରେ ଏଭଳି ଘଟଣା ବେଙ୍ଗାଲୁରୁରେ ଘଟିଥିଲା। ଏହି ଘଟଣାକୁ ନେଇ ବେଙ୍ଗାଲୁରୁ ସହରର ଡିଜେ ହାଲି ଅଞ୍ଚଳରେ ହିଂସାକାଣ୍ଡ ବ୍ୟାପକ ରୂପ ଧାରଣ କରିଥିଲା।

ସୂଚନାଥାଉ କି, ଭାରତରେ ବିଜେପି ନେତାଙ୍କ ହେଟ ସ୍ପିଚ୍‌କୁ ଫେସବୁକ୍‌ ନଜର ଅନ୍ଦାଜ କରୁଥିବା ଅଭିଯୋଗ ସମ୍ପର୍କିତ ଏକ ଖବର  ଆମେରିକାର ‘Wall Street Journal’ରେ ପ୍ରକାଶିତ ହୋଇଥିଲା। ଫେସବୁକ୍‌ ଏ ନେଇ ସଫେଇ ଦେବା ସହ ସ୍ପଷ୍ଟୀକରଣ ରଖିଥିଲା। ଫେସବୁକ୍‌ ତାହାର ସ୍ପଷ୍ଟୀକରଣରେ କହିଥିଲା, ‘ ଏହାର ପଲିସି କୌଣସି ଦଳ ଦେଖେନି।

କମ୍ପାନୀ ପ୍ରବକ୍ତାଙ୍କ ପକ୍ଷରୁ କୁହାଯାଇଛି, ଆମ ହେଟ ସ୍ପିଚ୍‌ ତଥା ହିଂସା ଉଦ୍ରେକକାରୀ କଣ୍ଟେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥାଉ। ଆମର ପଲିସି କୌଣସି ଦଳର ବା ପୋଜିସନକୁ ଦେଖେ ନାହିଁ। ଏପରି ପୋଷ୍ଟକୁ ଦେଖିବା ମାତ୍ରେ ଏହାକୁ ହଟାଇ ଦିଆଯାଇଥାଏ।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like