ଜିଓରେ ୪୩,୫୭୪ କୋଟି ଟଙ୍କା ନିବେଶ କରିବ ଫେସବୁକ୍

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟଫର୍ମ ଏବଂ ଫେସବୁକ୍ ମଧ୍ୟରେ ଏକ ବଡ଼ ଚୁକ୍ତି ହୋଇଛି। ମୁକେଶ ଅମ୍ୱାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଜିଓରେ ମାର୍କ ଜୁକରବର୍ଗଙ୍କ ଫେସବୁକ୍ ୪୩,୫୭୪ କୋଟି ଟଙ୍କା ନିବେଶ କରିବ ବୋଲି ଜଣାପଡ଼ିଛି। ଜିଓ ପ୍ଲାଟଫର୍ମସର ମୋଟ୍ ଅଂଶଧନର ୯.୯୯% ଫେସବୁକ୍ କିଣିବ ବୋଲି ଜଣାପଡିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏହି ସୂଚନା ଦେଇଛି।

ଭାରତ ଏବଂ ଆମେରିକାର ଏହି ଦୁଇ ପ୍ରମୁଖ ଡିଜିଟାଲ କମ୍ପାନୀ ପରସ୍ପର ମଧ୍ୟରେ ଡିଲ୍ କରିବା ପରେ ଆଗାମୀ ଦିନରେ ଡିଜିଟାଲ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି।

ଫେସବୁକ କହିଛି, ଜିଓରେ ପୁଞ୍ଜି ନିବେଶ କରିବା ପରେ ଏହା ଭାରତ ଏବଂ ତାଙ୍କ କମ୍ପାନୀ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବ। ଭାରତରେ ଜିଓ ଡିଜିଟାଲ ପ୍ଲାଟଫର୍ମରେ ଏକ ବୈପବ୍ଲିକ ପରିବର୍ତ୍ତନ ଆଣିଛି। ଏଥିପାଇଁ ଆମେ ଉତ୍ସାହିତ ରହିଛୁ। ୪ ବର୍ଷରେ ରିଲାଏନ୍ସ ଜିଓ ୩୮ କୋଟିରୁ ଅଧିକ ଗ୍ରାହକ ପାଇବାରେ ସଫଳ ହୋଇଛି।

You might also like