ଫେସ୍‌ବୁକ୍‌ରେ ଆଉ ଖୋଲି ପାରିବେନି ଫେକ୍‌ ଆକାଉଣ୍ଟ

ନୂଆଦିଲ୍ଲୀ: ଫେସ୍‌ବୁକ୍‌ରେ ଆଉ କେହି ଫେକ୍‌ ଆକାଉଣ୍ଟ ଖୋଲି ପାରିବେନି। କାରଣ ଫେସ୍‌ବୁକ୍‌ ଏବେ ୟୁଜର୍ସମାନଙ୍କୁ ଚିହ୍ନଟ କରିବ।ଆଣୁଛି ଏକ ନୂଆ ସିଷ୍ଟମ୍‌। ଆପ୍‌ ରିଭର୍ସ ଇଞ୍ଜିନିୟର ଜେନ୍‌ ମାନ୍‌ଚା ୱାନ୍ଗଙ୍କ କହିବା ଅନୁଯାୟୀ ସୁରକ୍ଷା ଏବଂ ଗୋପନୀୟତାକୁ ଦୃଷ୍ଟିରେ ରଖି ଫେସବୁକ୍‌ ଫେସିଆଲ ରେକଗ୍‌ନେସନ ସିଷ୍ଟମ(facial-recognition-system)ର ମାନ ବୃଦ୍ଧି କରିବାକୁ ଯାଉଛି। ଏହି ଟେକ୍ନଲଜି ଦ୍ୱାରା ଫେସବୁକ୍‌ ଜାଣିପାରିବ ବ୍ୟବହାର କରାଯାଉଥିବା ଆକାଉଣ୍ଟର ୟୁଜର୍ସ ଅସଲି ବା ନକଲି।

ଫେସବୁକ୍‌ରେ ଫେକ୍‌ ପ୍ରୋଫାଇଲ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ହଟାଇବା ପାଇଁ ଫେସବୁକ ଚେଷ୍ଟା କରୁଛି। ଜଣଙ୍କର ନାଁ, ଫ୍ରୋଫାଇଲ, ଫଟୋ ଥିବ ହେଲେ ଅନ୍ୟ ଜଣେ ଏହାକୁ ବ୍ୟବହାର କରୁଥିବେ-ଏମିତି ଅନେକ ଆକାଉଣ୍ଟ ଫେସବୁକ୍‌ ନଜରକୁ ଆସିଛି। ଏଲ୍‌ଗୋରିଦିକ ଫିଲ୍‌ଟରିଂ କିମ୍ବା ମାନୁଆଲ ୟୁଜର ରିପୋର୍ଟ ଦ୍ୱାରା ଏହାର ଅବଶ୍ୟ ସମାଧାନ କରାଯାଉଛି। ଏହା ସତ୍ତ୍ୱେ ମଧ୍ୟ ଫେକ ଆଇଡି ସଂଖ୍ୟା ବଢିବାରେ ଲାଗିଛି । ତେବେ ସେଲେବ୍ରିଟିମାନେ ସବୁଠାରୁ ବେଶି ଫେକ୍‌ ଅଇଡିର ଶିକାର ହୋଇଥାନ୍ତି।

ତେଣୁ ଏହି ଫେକ୍‌ ପ୍ରୋଫାଇଲ ସମସ୍ୟାକୁ ହଟାଇବା ପାଇଁ ଫେସବୁକ୍‌ ତାର ମୋବାଇଲ ଆପ୍‌ରେ ପ୍ରସ୍ତୁତ କରୁଛି ଫେସିଆଲ ରେକଗ୍‌ନେସନ ସିଷ୍ଟମ। ଏହି ସିଷ୍ଟମ୍‌ ୟୁଜର୍ସର ଚେହେରାକୁ ସ୍କାନ୍ କରି ଜାଣି ପାରିବ ଯେ, ଆପଣ ବ୍ୟବହାର କରୁଥିବା ଆକାଉଣ୍ଟ ଆପଣଙ୍କର ନା ଆଉ କାହାର। ସୂଚନାଥାଉ କି,  ୱାନ୍‌ଗ ଦୀର୍ଘଦିନ ଧରି ଫେସ୍‌ବୁକ୍‌ ଉପରେ ଗବେଷଣା କରି ଆସୁଥିଲେ।

ଫେସବୁକ୍‌ ତା ୟୁଜର୍ସଙ୍କୁ ଚିହ୍ନିବା ପାଇଁ ଚେହେରାକୁ ଭଲ ଭାବେ ସ୍କାନ କରିବ। କୁହାଯାଉଛି, ଏହି ଫିଚର କାର୍ଯ୍ୟକ୍ଷମ ହେବା ପରେ ଫେସବୁକ୍‌ ତା ୟୁଜର୍ସଙ୍କୁ ଏକ ସେଲ୍‌ଫି ଭିଡିଓ ରେକର୍ଡିଂ କରିବା ପାଇଁ କହିବ, ଯେଉଁଥିରେ ତୁମ ଚାରିପାଖ ଦେଖିବାକୁ ମିଳିବ। ଏହି ଭିଡିଓକୁ ଦେଖି ଫେସ୍‌ବୁକ୍‌ ୟୁଜର୍ସର ଚେହେରାକୁ ପରଖି ଜାଣି ପାରିବ ଆକାଉଣ୍ଟ ଫେକ୍‌ ନା ନୁହେଁ ।

ଏଥିସହିତ ସର୍ଭରରେ ଡାଟା ଷ୍ଟୋରକୁ ନେଇ ଫେସ୍‌ବୁକ୍‌ ଏକଥା ମଧ୍ୟ ସ୍ପଷ୍ଟ କରିଛି ଯେ, ଏହି ଡାଟା ଏଣିକି ୩୦ ଦିନ ମଧ୍ୟରେ ଡିଲିଟ୍‌ ହୋଇଯିବ। କେହି ଚାହିଁଲେ ମଧ୍ୟ ଏହାକୁ ଡିଲିଟ୍‌ କରିପାରିବେନି।

 

ଆହୁରି ପଢ଼ନ୍ତୁ

‘ବିନା ଅନୁମତିରେ ପତ୍ନୀଙ୍କ ଫୋନ କଲ୍ ରେକର୍ଡିଂ କରିବା ଅପରାଧ’

ଏଠି ଚୁଟି କାଟିବା ପାଇଁ ଦେଖାଇବାକୁ ପଡିବ ଆଧାର କାର୍ଡ

ଭାରତୀୟ ସେନାଙ୍କ ଅଭ୍ୟାସ ଇଲାକାରେ ସ୍ଥିତି ମଜବୁତ୍‌ କଲା ଚୀନ୍

ଭାରତ-ବାଂଲାଦେଶ ସୀମାରେ ଭୂକମ୍ପ

ସୁଧ ହାର କମାଇଲା SBI

ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ‘ନିସର୍ଗ’

‘କେବଳ ଟିକା ଦ୍ୱାରା ଗୋଷ୍ଠୀ ପ୍ରତିରୋଧ କ୍ଷମତା ସୃଷ୍ଟି ସମ୍ଭବ’

ଇଲେକଟ୍ରୋନିକ୍ସ ଉତ୍ପାଦନ ପାଇଁ ୩ ବଡ଼ ଯୋଜନା

ହିଂସା ଘଟାଇବା ପାଇଁ ତାହିର ଖର୍ଚ୍ଚ କରିଥିଲା ୧.୩ କୋଟି!

ବିକ୍ଷୋଭକାରୀଙ୍କୁ ଟ୍ରମ୍ପଙ୍କ ଚେତାବନୀ: ହିଂସା ନଥମିଲେ ସେନା ମୁତୟନ ହେବ

ଜେଲରୁ ମୁକୁଳିଲେ ମଡେଲ ଜେସିକା ଲାଲ୍ ହତ୍ୟାକାଣ୍ଡର ଦୋଷୀ ମନୁ ଶର୍ମା

ଭାରତ ବିରୋଧରେ ଆକ୍ରମଣାତ୍ମକ ମନୋଭାବକୁ ନେଇ ଚୀନ୍‌ ଉପରେ ବର୍ଷିଲା ଆମେରିକା

You might also like