ପକ୍ଷପାତିତା ଓ ହିଂସା ଉଦ୍ରେକକାରୀ ବକ୍ତବ୍ୟକୁ ପ୍ରଶ୍ରୟ ଦେବା ଅଭିଯୋଗ: ସ୍ପଷ୍ଟୀକରଣ ରଖିଲା ଫେସ୍‌ବୁକ

ନୂଆଦିଲ୍ଲୀ: ପକ୍ଷପାତିତା ଓ ହିଂସା ଉଦ୍ରେକକାରୀ ବକ୍ତବ୍ୟକୁ ପ୍ରଶ୍ରୟ ଦିଆଯାଉଥିବା ନେଇ ଅଭିଯୋଗ ପରେ ଶୁକ୍ରବାର ସ୍ପଷ୍ଟୀକରଣ ରଖିଛି ଫେସବୁକ୍। ଭାରତର ଫେସ୍‌ବୁକ୍‌ ମୁଖ୍ୟ ଅଜିତ ମୋହନ କହିଛନ୍ତି ” ପକ୍ଷପାତିତା କରାଯାଉଥିବା ଅଭିଯୋଗକୁ ଫେସବୁକ୍ ପକ୍ଷରୁ ଗୁରୁତର ସହ ନିଆଯାଇଛି। ଗତ କିଛି ଦିନ ହେଲା ଆମ ଉପରେ ଆରୋପ ଲଗାଯାଉଛି। ମାତ୍ର ଆମେ ଆମର ସ୍ୱଚ୍ଛତା ନୀତି ବଜାୟ ରଖିଛୁ। ଫେସ୍‌ବୁକ୍ ପକ୍ଷରୁ ଯେ କୌଣସି ପ୍ରକାର ଘୃଣା ସୃଷ୍ଟିକୁ ନିନ୍ଦା କରାଯାଇଛି। ଫେସବୁକ ଏକ ଖୋଲା, ନିରପେକ୍ଷ ପ୍ଲାଟଫର୍ମ। ଦୀର୍ଘଦିନରୁ ମୁକ୍ତ ଓ ଅବାଧ ମତ ପ୍ରକାଶ ପାଇଁ ସମସ୍ତଙ୍କୁ ସୁଯୋଗ ଦିଆଯାଉଛି।”

ପକ୍ଷପାତିତା ଓ ହିଂସା ଉଦ୍ରେକକାରୀ ପୋଷ୍ଟ ମାମଲାରେ ଫେସବୁକକୁ ଅଗଷ୍ଟ ୨୧ ତାରିଖରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଂପର୍କିତ ସଂସଦୀୟ କମିଟି ସମନ କରିଥିଲା। କମିଟି ଆଗରେ ହାଜର ହୋଇ ଏନେଇ ପକ୍ଷ ରଖିବାକୁ କମିଟି ଅଧ୍ୟକ୍ଷ ଶଶୀ ଥରୁର ଫେସବୁକକୁ ସମନ କରିଥିଲେ। ଡିଜିଟାଲ୍ ପ୍ଲାଟଫର୍ମରେ ନାଗରିକ ସୁରକ୍ଷା ପ୍ରସଙ୍ଗରେ ପକ୍ଷ ରଖିବାକୁ ସମନରେ କୁହାଯାଇଥିଲା।

ବିଜେପି ନେତାଙ୍କ ହେଟ୍ ସ୍ପିଚ୍ ପୋଷ୍ଟିଂ ସଂପର୍କରେ ଫେସବୁକ ନିରବଦ୍ରଷ୍ଟା ସାଜୁଥିବା ନେଇ ଆମେରିକାର ଏକ ପତ୍ରିକାରେ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପି ଓ ଫେସବୁକକୁ ଟାର୍ଗେଟ କରିଥିଲେ। ପରେ ଏହି ଘଟଣାରେ ଫେସବୁକକୁ ସମନ କରାଯିବ ବୋଲି କଂଗ୍ରେସ ସାଂସଦ ତଥା ସଂସଦୀୟ ବ୍ୟାପାର କମିଟିର ଅଧ୍ୟକ୍ଷ ଶଶୀ ଥରୁର କହିଥିଲେ। ଯାହାକୁ ତୀବ୍ର ବିରୋଧ କରିଥିଲା ବିଜେପି।

ତେବେ ଫେସବୁକ ପ୍ରସଙ୍ଗରେ ହାଜର ହେବା ପୂର୍ବରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଂପର୍କିତ ସଂସଦୀୟ କମିଟି ଜାମ୍ମୁ ଓ କାଶ୍ମୀରରେ ଟେଲିକମ୍ ସେବା ବନ୍ଦ ନେଇ ସମନ କରାଯାଇଛି। ସେପ୍ଚେମ୍ବର ୧ରେ କମିଟି ଆଗରେ ହାଜର ହୋଇ ପକ୍ଷ ରଖିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ଯୋଗାଯୋଗ ମନ୍ତ୍ରାଳୟର ପ୍ରତିନିଧିଙ୍କୁ ସମନ କରିଛି କମିଟି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like