ଇଣ୍ଡିଆ ଓ ଚାଇନା ଯବାନ ମୁହାଁମୁହିଁ

ନୂଆଦିଲ୍ଲୀ: ସୀମାରେ ଇଣ୍ଡିଆ ଓ ଚାଇନା ଯବାନ ମୁହାଁମୁହିଁ। ଶନିବାର ଉତ୍ତର ସିକ୍କିମର ନାକୁ ଲା ସେକ୍ଟରେ ଉଭୟ ସେନାର ଯବାନମାନଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଏଥିରେ ଉଭୟ ପକ୍ଷର ଯବାନ ଆହତ ହୋଇଛନ୍ତି। ନାମ ଗୋପାନ ସର୍ତ୍ତରେ ୨ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଆହତଙ୍କ ମଧ୍ୟରେ ଚୀନର ୭ ଜଣ ସୈନ୍ୟ ଥିବାବେଳେ ୪ ଜଣ ଭାରତୀୟ ଯବାନ ଅଛନ୍ତି। ପାଖାପାଖି ୧୫୦ ଜଣ ଯବାନଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା।
ପ୍ରଥମେ ଦୁଇ ପକ୍ଷର ଯବାନଙ୍କ ମଧ୍ୟରେ କଥାକଟାକଟି ହେବା ସହିତ ପରସ୍ପରକୁ କଟାକ୍ଷ କରିଥିଲେ। ପରେ ଏହା ମାର୍‌ପିଟ୍‌ରେ ପରିଣତ ହୋଇଥିଲା।

ଏହାପରେ ସେଠାକାର ସେନାଧିକାରୀଙ୍କ ଉଦ୍ୟମରେ ଉତ୍ତେଜନା ହ୍ରାସ ପାଇଛି। ପୂର୍ବରୁ ଭାରତ ଓ ଚୀନ ସେନା ମଧ୍ୟରେ ଅନେକ ସମୟରେ ମୁହାଁମୁହିଁ ପରିସ୍ଥିତି ଦେଖା ଦେଇଛି। ତେବେ ନାକୁ ଲାରେ ଦୁଇ ପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ହେବା ପ୍ରଥମ ଘଟଣା।

You might also like