ସୀମାନ୍ତରେ ସେନା ଠୁଳ କଲେ ଭାରତ-ଚୀନ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତ-ଚୀନ ସୀମାକୁ ନେଇ ବିବାଦ ବଢିବାରେ ଲାଗିଛି। ଲଦାଖ ନିକଟ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାକୁ ଚୀନ ସୈନ୍ୟ ଅଟକ ରଖିଥିଲେ । ଏମିତି କି ଆଇଟିବିପି ଯବାନଙ୍କ ହାତରୁ ବନ୍ଧୁକ ଛଡାଇ ନେଇଥିଲା ଚୀନ ସେନା।

ଏହାର ଦୃଢ ଜବାବ ଦେଇଥିଲା ଭାରତୀୟ ସେନା। ଦୁଇ ସେନା ମଧ୍ୟରେ ଧସ୍ତା ଧସ୍ତି ହେବା ପରେ ଭାରତୀୟ ସୈନ୍ୟଙ୍କୁ ଛାଡିବା ସହ ବନ୍ଧୁକ ମଧ୍ୟ ଫେରାଇ ଦେଇଥିଲେ ଚୀନ ସୈନ୍॥  ଗତ ବୁଧବାର ଦିନ ଏହି ଘଟଣା ଘଟିଥିବା ଜାତୀୟ ଗଣମାଧ୍ୟମରେ କୁହାଯାଇଛି।  ଏହି ଘଟଣା ପରେ ୩ଟି ସ୍ଥାନରେ ଚୀନ ଟେଣ୍ଟ ଗାଡ଼ିଥିବା ସୂଚନା ମିଳିଛି । ତେବେ ଏହାର ଜବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ସୈନ୍ୟ ମୁତୟନ କରାଯାଇଛି।

ତେବେ ଏପରି ଅଭିଯୋଗକୁ ସେନା ପକ୍ଷରୁ ଖଣ୍ଡନ କରାଯାଇଛି। ସେପରି କିଛି ଘଟିନାହିଁ। ତେବେ ସୀମାନ୍ତରେ ନିର୍ମାଣ କାର୍ଯ୍ୟକୁ ନେଇ ଭାରତ-ଚୀନ ମଧ୍ୟରେ ବିବାଦ ଦେଖା ଦେଇଛି ବୋଲି କୁହାଯାଇଛି। ଏହି କାରଣରୁ ସୀମାନ୍ତରେ ଉଭୟ ପକ୍ଷରୁ ସୈନ୍ୟ ଠୁଳ କରାଯାଇଛି। ତେବେ ପରିସ୍ଥିତି ସ୍ୱାଭାବିକ କରିବା ପାଇଁ ବିଭିନ୍ନ ସ୍ତରରେ ଆଲୋଚନା ଚାଲିଛି।

ତେବେ ଏ ପ୍ରସଙ୍ଗରେ ଅଧିକାରୀ ସ୍ତରରେ କୌଣସି ବୟାନ ଦିଆଯାଇ ନାହିଁ।

ସୂଚନାଥାଉ କି, ଭାରତ-ଚୀନ ସୀମା ଉପରେ କୌଣସି ସୀମାରେଖା ନାହିଁ ଯାହା ଫଳରେ ଦୁଇ ଦେଶ ମଧ୍ୟରେ ସୀମାକୁ ନେଇ ବିବାଦ ଦେଖା ଦେଇଛି।

You might also like