ଭାରତ-ଚୀନ ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ : ବୈଦେଶିକ ବ୍ୟାପର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଚୀନ ବୈଦେଶିକ ମନ୍ତ୍ରୀ ୟାଙ୍ଗ ୟିଙ୍କ ଆଲୋଚନା। ଆଜି ନୂଆଦିଲ୍ଲୀରେ ଉଭୟଙ୍କ ମଧ୍ୟରେ ହୋଇଛି। ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ୱାନ୍ ଟୁ ୱାନ୍ ବୈଠକ ଉଭୟ ଦେଶ ପାଇଁ ବେସ୍ ଗୁରୁତ୍ୱବହନ କରେ।

କାରଣ ସୀମା ବିବାଦକୁ ନେଇ ଗତ କିଛି ବର୍ଷ ମଧ୍ୟରେ ଚୀନ ସହ ସମ୍ପର୍କ ଭାରତର ସମ୍ପର୍କ ତିକ୍ତତା ଆସିଛି। ତେଣୁ ଏହି ଦୁଇ ଦେଶ ମଧ୍ୟରେ ଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା ନେଇ ଏହି ବୈଠକରେ ଆଲୋଚନା କରାଯାଇଥିବା ଜଣାପଡ଼ିଛି।

ସେହିଭଳି ଚୀନରେ ରହୁଥିବା ଭାରତୀୟଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଛି। ୟାଙ୍ଗ ଚାରି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସୁଷମାଙ୍କୁ ଭେଟିବା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଆଲୋଚନା କରିଛନ୍ତି ୟାଙ୍ଗ। ଏହାପରେ ୟାଙ୍ଗ ମୁମ୍ବାଇ ଏବଂ ଔରାଙ୍ଗବାଦ୍ ଯିବାର କାର୍ଯ୍ୟକ୍ରମ ରହିଛି।

ୟାଙ୍ଗ ଚୀନ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କ ପ୍ରଥମ ଭାରତ ଗସ୍ତ।

You might also like