ମଣିଷ ଶରୀରରେ ଫେଲ ମାରିଲା ରେମଡେସିଭିର ପରୀକ୍ଷଣ !

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିଥିବା କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ପରୀକ୍ଷଣ ହୋଇଥିବା ଆଣ୍ଟି-ଭାଇରାଲ୍ ଔଷଧ ରେମଡେସିଭିରକୁ ନେଇ ଡାକ୍ତରଙ୍କ ଆଶାର କିରଣ ମଉଳି ଯାଇଥିବା କୁହାଯାଉଛି।

ସୂଚନା ଅନୁସାରେ, କ୍ଲିନିକାଲ୍ ଟେଷ୍ଟରେ ରେମଡେସିଭିର  ବିଫଳ ହୋଇଛି। ଏହି ଔଷଧର ପରୀକ୍ଷଣ ଚୀନ ନିଜ ଦେଶର କରୋନା ଆକ୍ରାନ୍ତଙ୍କ ଶରୀରରେ କରିଥିଲା ।

WHO ପକ୍ଷରୁ ଏହାର ୱେବସାଇଟ୍‌‌ରେ ସୂଚନା ଦିଆଯାଇଥିଲା ଯେ, କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ୨୩୭ ଜଣ କରୋନା ଆକ୍ରାନ୍ତଙ୍କ ଶରୀରରେ ଏହି ଔଷଧର ପ୍ରୟୋଗ କରାଯାଇଥିଲା। ତେବେ ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁ ୧୮ ଜଣ ରୋଗୀଙ୍କ କ୍ଷେତ୍ରରେ ପ୍ରଥମେ ରେମଡେସିଭି କାମ କରିନଥିଲା। ମାସକ ପରେ, ଜଣାପଡିଥିଲା ଏହି ଔଷଧ ପ୍ରୟୋଗ କରାଯାଇଥିବା ରୋଗୀଙ୍କ ମଧ୍ୟରୁ ୧୩.୮%ଙ୍କ ମୃତ୍ୟୁ ଘଟିଛି।

ରୋଗୀଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଡାକ୍ତରମାନେ ରେମଡେସିଭିର ଔଷଧ ପରୀକ୍ଷଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିଛନ୍ତି।

କରୋନାକୁ ମାତ ଦେବା ପାଇଁ ରେମଡେସିଭିର ସହାୟକ ହୋଇପାରେ ବୋଲି ସାରା ବିଶ୍ୱର ବୈଜ୍ଞାନିକ ଓ ଡାକ୍ତରମାନେ ଆଶା ରଖିଥିଲେ। ହେଲେ ଏହା ବିଫଳ ହେବାର ଖବର ଜଣା ପଡ଼ିବା ପରେ ସେମାଙ୍କର ଆଶା ମଉଳି ଯାଇଛି।

କୁହାଯାଉଛି, ରେମଡେସିଭିର ଔଷଧ ନେଇଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହେବାସହ ଶରୀରରେ ଏହି ଜୀବାଣୁକୁ ମୁକାବିଲା କରିବାର କ୍ଷମତା ବିକଶିତ ହୋଇପାରି ନଥିଲା।

ହେଲେ  ରେମଡେସିଭିରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ତା’ର ୱେବସାଇଟରେ ଅପଲୋଡ କରିଥିବା ଏହି କ୍ଲିନିକାଲ ଟ୍ରାଏଲ ଡାଟାବେସକୁ ହଟାଇ ଦେଇଥିବା ସୂଚନା ମିଳିଛି। ଏହି ଡାଟାବେସ୍‌ ଭୁଲବଶତଃ ଅପଲୋଡ କରାଯାଇଥିଲା ବୋଲି WHO ପକ୍ଷରୁ ସଫେଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

You might also like