ବଙ୍ଗରେ ପୁଣି ଶାସନ କ୍ଷମତାକୁ ଫେରିବେ ଦିଦି?

ସରକାର ଗଢିବ ଟିଏମସି?

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ଥରେ ଶାସନ କରିବେ କି ଦିଦି? ଗେରୁଆ ଦଳର ଆଶା ଆଶାରେ ରହିଯିବ କି? ହାଇଭୋଲ୍‌ଟେଜ୍‌ ପ୍ରଚାର ପରେ ବି ବଙ୍ଗରେ ଚଳିତ ବର୍ଷ ସରକାର ଗଠନ କରିନପାରେ ବିଜେପି। ପୁଣି ଥରେ ଦିଦିଙ୍କର ହେବ ଜିତାପଟ୍‌ ଆଉ ପରାଜୟର ସ୍ୱାଦ ଚାଖିବ ବିଜେପି।ପୁଣି ୫ ବର୍ଷ ପାଇଁ ଶାସନ ମଙ୍ଗ ଧରିବେ ମମତା ବାନାର୍ଜୀ। ଟିଏମସିର ଶତାଧିକ ନେତାଙ୍କ ବିଦ୍ରୋହ ତଥା ଦଳୀୟ କନ୍ଦଳ ସତ୍ତ୍ୱେ ବେଙ୍ଗଲରେ ମମତାଙ୍କ ଯାଦୁ ଦେଖିବାକୁ ମିଳିବ।

ଜାତୀୟ ଗଣମାଧ୍ୟମ ରିପବ୍ଲିକ ଟିଭି ଓ ଜନ କି ବାତ୍‌କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ନ୍ୟୁଜ ଚ୍ୟାନେଲ ମମତା ବାଜିମାତ କରିବେ ବୋଲି ପୂର୍ବନୁମାନ ଅର୍ଥାତ୍‌ ଆକଳନ କରିଛନ୍ତି। ଏହି ଚ୍ୟାନେଲ ପଶ୍ଚିମବଙ୍ଗରେ ବିଜେପି ଶାସକ ଟିଏମସି ଠାରୁ ଅଧିକ ଆସନ ଜିତିବ ବୋଲି ଆକଳନ କରିଥିଲେ ହେଁ କାହାକୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ମିଳିପାରିବ ନାହିଁ ବୋଲି କହିଛି। ତେବେ ଆଜି ବଙ୍ଗରେ ଚାଲିଥିବା ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଶେଷ ହେବା ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ବଙ୍ଗ ସମେତ ଅନ୍ୟ ତିନୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ କିଏ ଶାସନ କରିବ ସେନେଇ ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି। ଏକଜିଟ୍‌ ପୋଲରେ ମମତାଙ୍କୁ ସରକାର ଗଠନ ପାଇଁ ପୂର୍ଣ୍ଣ ବହୁମତ ମିଳିବ ବୋଲି କୁହାଯାଇଥିଲେ ହେଁ ସମସ୍ତଙ୍କ ନଜର ମେ’ ୨ ଉପରେ ରହିଛି। କାରଣ ମେ’୨ରେ ଭୋଟ ଗଣତି ସହ ପ୍ରକାଶ ପାଇବ ଫାଇନାଲ ରେଜଲ୍ଟ।

ବେଙ୍ଗଲ ବିଧାନସଭାର ଆସନ ସଂଖ୍ୟା ୨୯୪ ରହିଛି। ହେଲେ ଦୁଇଟି ଆସନର ଭୋଟକୁ ସ୍ଥଗିତ ରଖାଯାଇଛି। ତେଣୁ ୨୯୨ଟି ଆସନ ପାଇଁ ମତଦାନ ଶେଷ ହୋଇଛି। ତେଣୁ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୭। ୨୦୧୬ରେ ଟିଏମସି ୨୧୧ଟି ଆସନ ଜିତିଥିବା ବେଳେ ବିଜେପି ମାତ୍ର ୩ଟି, ବାମପନ୍ଥୀ ମେଣ୍ଟ ୩୨ ଓ ଅନ୍ୟାନ୍ୟ ଦଳ ୪୮ଟି ଆସନ ଜିତିଥିଲେ।

ସେପଟେ ରିପବ୍ଲିକ ଓ ସିଏନଏକ୍ସର ସର୍ଭେ ଅନୁଯାୟୀ ପୁଡୁଚେରୀରେ ଏନଡିଏକୁ ମିଳିପାରେ ବଡ ସଫଳତା । ୧୬ରୁ ୨୦ଟି ଆସନ ସହ ମ୍ୟାଜିକ ନମ୍ବର ହାତେଇପାରେ ଏନଡିଏ, ୟୁପିଏକୁ ମିଳିପାରେ ମାତ୍ର ୧୧ରୁ ୧୩ ଆସନ। ଆଉ ଏହି ଚ୍ୟାନେଲର ସର୍ଭେ ଅନୁଯାୟୀ ଅନୁଯାୟୀ କେରଳରେ ପୁଣିଥରେ ଏଲଡିଏଫ ଗଢିପାରେ ସରକାର । ୭୨ରୁ ୮୦ ଆସନ ସହ ମ୍ୟାଜିକ ନମ୍ବର ହାତେଇପାରେ ଏଲଡିଏଫ, କଡା ଟକ୍କର ଦେଇପାରେ ୟୁଡିଏଫ୍। ଆଉ ରାଜ୍ୟରେ  ୫୮ରୁ ୬୪ ଆସନ ହାତେଇପାରେ ବୋଲି କୁହାଯାଉଛି। ଆଉ ଏନଡିଏକୁ ମିଳିପାରେ ମାତ୍ର ୧ରୁ ୫ ଆସନ। ତେବେ ମେ’୨ ଫଳ ପ୍ରକାଶ ପାଇଲା ପରେ ପ୍ରକୃତରେ କେଉଁ ଦଳ କେତେ ଆସନରେ ବିଜୟ ହେବ ତାହା ସ୍ପଷ୍ଟ ହେବ।

You might also like