ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୁଟା ସିଂହଙ୍କ ଦେହାନ୍ତ
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ବୁଟା ସିଂହଙ୍କର ପରଲୋକ ହୋଇଛି। ଶନିବାର ସକାଳେ ଦିଲ୍ଲୀସ୍ଥିତି ଏମ୍ସ ମେଡିକାଲ୍ରେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୁଟା ସିଂହ। ଗତବର୍ଷ ଅକ୍ଟୋବର ମାସରେ ତାଙ୍କର ବ୍ରେନ୍ ହାମରେଜ୍ ହୋଇଥିଲା। ସେବେଠାରୁ ସେ କୋମାରେ ଥିଲେ। ଆଜି ତାଙ୍କର ଦେହାନ୍ତ ହୋଇଥିବା ନେଇ ଫେସ୍ବୁକ ମାଧ୍ୟମରେ ସୂଚନା ଦେଇଛନ୍ତି ବୁଟା ସିଂହଙ୍କର ପୁଅ ଅରବିନ୍ଦର ସିଂହ ଲବଲି ସିଦ୍ଧୁ। ଏନେ ସେ ଫେସ୍ବୁକରେ ଲେଖିଛନ୍ତି “ଆଜି ସକାଳେ ମୋ ବାପାଙ୍କର ବିୟୋଗ ହୋଇଛି। ୱାହେଗୁରୁ ତାଙ୍କୁ ଆଶୀର୍ବାଦ କରନ୍ତୁ।”
ବୁଟା ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାରତର ବହୁ ବଡ଼ ରାଜନେତା ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ବୁଟା ସିଂହ ୧୦୬୦ ମସିହା ବେଳକୁ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସିରୋମଣି ଅକାଳି ଦଳରେ ଥିଲେ। ଯ।ହା ଏନ୍ଡିଏ ମେଣ୍ଟର ସଦସ୍ୟ। କିନ୍ତୁ ପରବର୍ତ୍ତି ସମୟରେ ବୁଟା ସିଂହ କଂଗ୍ରେସରେ ଯୋଗ ଦେଇଥିଲେ।
ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାହୁଲ ଗାନ୍ଧି, ଅଶୋକ ଗେହଲୋଟ, କୁଲଦୀପ ବିଷ୍ଣୋଇ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସହିଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଅନେକ ନେତା ଶୋକପ୍ରକାଶ କରିଛନ୍ତି।
ବୁଟା ସିଂହଙ୍କର ବିୟୋଗରେ ଟ୍ୱିଟ୍ କରି ରାହୁଲ ଲେଖିଛନ୍ତି “ ସରଦାର ବୁଟା ସିଂହ ଜୀଙ୍କ ବିୟୋଗରେ ଦେଶ ପ୍ରକୃତ ଦେଶ ସେବକଙ୍କୁ ହରାଇଛି। ଦେଶର ଓ ଦେଶବାସୀଙ୍କ ମଙ୍ଗଳ ପାଇଁ ସେ ତାଙ୍କ ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କରି ଦେଇଥିଲେ। ଏଥିପାଇଁ ସେ ସବୁବେଳେ ମନେ ରହିବେ। ଏହି ଦୁଃଖଦ ସମୟରେ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି।”
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରି ଲେଖିଛନ୍ତି ” ଶ୍ରୀ ବୁଟା ସିଂହ ଜୀ ଜଣେ ଅଭିଜ୍ଞ ପ୍ରଶାସକ ଏବଂ ଗରୀବ କଲ୍ୟାଣ ପାଇଁ ଜଣେ ପ୍ରଭାବଶାଳୀ ସ୍ୱର ଉତ୍ତୋଳନକାରୀ ଥିଲେ। ତାଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ। ମୋ ସମବେଦନା ଓ ସମର୍ଥନ ତାଙ୍କ ପରିବାର ପ୍ରତି ରହିଛି।”
ସଂକ୍ଷେପରେ ବୁଟା ସିଂହଙ୍କ ରାଜନୈତିକ କ୍ୟାରିୟର
୧୯୩୪ ମସିହାରେ ପଞ୍ଜାବର ଜଳନ୍ଧରରେ ଜନ୍ମଗ୍ରହଣ କରିଥିବା ବୁଟା ସିଂହ ଜବାହାରଲାଲ୍ ନେହରୁ ନେତୃତ୍ୱରେ କଂଗ୍ରେସରେ ଯୋଗ ଦେଇଥିଲେ। ସେ ଇନ୍ଦିର ଗାନ୍ଧି ଓ ରାଜୀବ ଗାନ୍ଧୀଙ୍କର ଅତି ନିକଟତର ଥିଲେ ବୋଲି କୁହାଯାଏ। ୧୯୬୨ ମସିହାରେ ସେ ପ୍ରଥମେ ସଂସଦ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ରାଜନୈତିକ କ୍ୟାରିୟର୍ରେ ୧୯୮୬ରୁ ୧୯୮୯ ମସିହା ପର୍ଯ୍ୟନ୍ତ ରାଜୀବ ଗାନ୍ଧିଙ୍କ ସମୟରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ତା ସହିତ ସିଡ୍ୟୁଲ୍ଡ କମିଶନର ଜାତୀୟ ଅଧ୍ୟକ୍ଷ ଥିଲେ।
ବୁଟା ସିଂହ କେନ୍ଦ୍ର ଗୃହବିଭାଗ ସାମ୍ଭାଳିବା ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଯଥା କୃଷି, ରେଳବାଇ, ବାଣିଜ୍ୟ ଏବଂ କ୍ରୀଡା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି।
ତେବେ ତାଙ୍କ ରାଜନୈତିକ କ୍ୟାରିୟରରେ ଶେଷଥର ପାଇଁ ୨୦୦୪ରେ ହାରର ରାଜ୍ୟପାଳ ହୋଇଥିଲେ।ଏହାପରେ ସେ କୌଣସି ସାମ୍ବିଧାନିକ ପଦବୀରେ ନରହି କେବଳ କଂଗ୍ରେସ ଦଳର ବିଭିନ୍ନ ସାଂଗଠନିକ ପଦବୀରେ ରହି ସଂଗଠନ ପାଇଁ କାର୍ଯ୍ୟ କରିଥିଲେ।
ଏହା ପୂର୍ବରୁ ୨୦୨୦ ଡିସେମ୍ବର ୨୧ ତାରିଖରେ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ୍ ଭୋରାଙ୍କର ଦେହାନ୍ତ ହୋଇଥିଲା। ସେ କରୋନାରୁ ସୁସ୍ଥ ହେବା ପରେ ପରବର୍ତ୍ତି ଶାରିରୀକ ଜଟିଳତା ପାଇଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୯୩ ବର୍ଷରେ ତାଙ୍କର ବିୟୋଗ ହୋଇଥିଲା। କରୋନାରୁ ସୁସ୍ଥ ହେବା ପରେ ପରିଶ୍ରାଗାରରେ ସଂକ୍ରମଣ ଯୋଗୁ ତାଙ୍କୁ ଦିଲ୍ଲୀର ଏସ୍କର୍ଟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତା ସହିତ ତାଙ୍କର ଫୁସ୍ଫୁସ୍ ମଧ୍ୟ ସଂକ୍ରମଣ ହୋଇଥିଲା ଓ ତାଙ୍କୁ ଭ୍ୟାଣ୍ଟିଲେଟର୍ରେ ରଖାଯାଇଥିଲା।
ଦୀର୍ଘ ବର୍ଷ ଧରି ରାଜନୀତିରେ ରହିଥିବା କଂଗ୍ରେସ ପକ୍କା ନେତା ଭାବେ ପରିଚିତ ମୋତିଲାଲ ଭୋରା ଗାନ୍ଧି ପରିବାର ଅତି ନିକଟର ଥିଲେ। ଛତିଶଗଡ଼ର ପୂର୍ବତନ ପ୍ରଧାନମନ୍ତ୍ରୀ ଥିବା ମୋତିଲାଲ୍ ଭୋରା ଚଳିତ ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଛତିଶଗଡ଼ରୁ ରାଜ୍ୟସଭା ଏମ୍ପି ଥିଲେ। କଂଗ୍ରେସର ହୋଇଥିବା ନୂତନ ପରିବର୍ତ୍ତନ ପର୍ଯ୍ୟନ୍ତ ସେ ଦଳର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ।