ଏମିତି ବି ଆସେ ମୃତ୍ୟୁ, ପୂଜା କରୁଥିବା ସମୟରେ ଚାଲିଗଲା ପୂର୍ବତନ ବିଧାୟକଙ୍କ ପ୍ରାଣବାୟୁ

ଭୋପାଳ: ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହିବି କହିପାରିବେ ନାହିଁ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବୈତୁଲରେ। ମନ୍ଦିରରେ ପୂଜା କରୁଥିବା ସମୟରେ ହୃଦ୍‌ଘାତରେ ଜଣେ ପୂର୍ବତନ ବିଧାୟକଙ୍କ ଦେହାନ୍ତ ହୋଇଛି। ଯାହାର ଦୃଶ୍ୟ ସିସିଟିଭି‌ରେ କଏଦ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ବୈତୁଲର ପୂର୍ବତନ କଂଗ୍ରେସ ବିଧାୟକ ବିନୋଦ ଡାଗା ନଭେମ୍ବର ୧୨ ତାରିଖ ସକାଳେ ପୂଜା କରିବା ପାଇଁ ବୈତୁଲ ସ୍ଥିତ ଜୈନ ଦାଦାୱାଡି ମନ୍ଦିର ଯାଇଥିଲେ। ଭଗବାନଙ୍କ ଚରଣରେ ମଥା ଲଗାଇ ପ୍ରଣାମ କରିବାର କିଛି ସମୟ ପରେ ସେ ତଳେ ପଡ଼ି ଯାଇଥିଲେ ଓ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା। ଏସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

 

ଏହା ଦେଖି ଜଣେ ଛୋଟ ଛୁଆ ମନ୍ଦିରରେ ଉପସ୍ଥିତ ଥିବା ଲୋକଙ୍କୁ ଜଣାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଯେଉଁ ଦିନ ଏହି ଘଟଣା ଘଟିଥିଲା, ସେଇ ଦିନ ସକାଳେ ବିନୋଦ ଡାଗା ଭୋପାଳରୁ ଏକ ମିଟିଂ ସାରି ବୈତୁଲ ଫେରିଥିଲେ। ନିକଟରେ ବିଧାନସଭା ଉପ-ନିର୍ବାଚନରେ ତାଙ୍କୁ ମେହଗାଓଁର ଦାୟିତ୍ୱ ମିଳିଥିଲା। ଏହାସହ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ। ଜଣେ ସମାଜସେବୀ, ସରଳ ନେତା ଭାବରେ ସେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିଲେ।

You might also like