
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଧମକ୍ ଦେଇ ଗିରଫ ହେଲେ ପୂର୍ବତନ ବିଜେପି ବିଧାୟକ
ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ରକ୍ତ ରାସ୍ତାରେ ବୋହିବ ବୋଲି କହିଥିବା ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର ନାଥ ସିଂହଙ୍କୁ ଆଜି ପୁଲିସ୍ ଗିରଫ କରିଛି।
ସୁରେନ୍ଦ୍ର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଥିଲେ ଯେ “ରାସ୍ତାରେ ଏବେ ରକ୍ତ ବୋହିବ ଏବଂ ଏହି ରକ୍ତ କମଲନାଥଙ୍କର ହେବ।”
ଏହି ଘଟଣାକୁ ନେଇ ଆଜି ମଧ୍ୟପ୍ରଦେଶ ବିଧାନସଭାରେ ସରକାରୀ ଦଳ ବିଧାୟକ ହୋହଲ୍ଲା କରିଥିଲେ। ସେମାନେ ସୁରେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏଥିପାଇଁ ଗୃହ କାର୍ଯ୍ୟ ୨ଥର ମୁଲତବୀ ମଧ୍ୟ ହୋଇଥିଲା।