ଘରୋଇ ବିମାନ ସେବା ପାଇଁ ଜାରି ହେଲା SOP

ଭୁବନେଶ୍ୱର: ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଘରୋଇ ବିମାନ ସେବା ପାଇଁ ଭରତୀୟ ବିମାନ ସେବା ପ୍ରାଧିକରଣ ପକ୍ଷରୁ ଜାରି ହୋଇଛି SOP । ଯାତ୍ରା ସମୟର ୨ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିବେ। ସମସ୍ତ ଯାତ୍ରୀ ମାସ୍କ ଓ ଗ୍ଲୋବସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀମାନେ ଆରୋଗ୍ୟ ସେତୁ ଆପ୍‌ରେ ପଂଜୀକରଣ କରିବା ବାଧ୍ୟତାମୂଳକ ରହିଛି ।

୧୪ବର୍ଷରୁ କମ ବୟସର ଯାତ୍ରୀମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ । ବିମାନ ବନ୍ଦରକୁ ପ୍ରବେଶ କରିବା ପୂର୍ବରୁ ସମସ୍ତ ଯାତ୍ରୀ ଥର୍ମାଲ ସ୍କ୍ରିନିଂ ଜୋନ ଦେଇ ଯିବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ବ୍ୟବସ୍ଥା କରିବେ ।

ବିମାନ ବନ୍ଦରର ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ଭିଡକୁ ଏଡାଇବା ପାଇଁ ସ୍ୱତନ୍ତ୍ର ପାର୍କିଂ ଏରିଆ ସ୍ଥିର କରାଯିବ । ବିମାନ ବନ୍ଦରରୁ ଯାତ୍ରୀ ଓ କର୍ମଚାରୀଙ୍କ ଯିବା ଆସିବା ପାଇଁ ବ୍ୟକ୍ତିଗତ ଗାଡ଼ି କିମ୍ବା କିଛି ନିର୍ଦ୍ଦିଷ୍ଟ ଗାଡିକୁ ଅନୁମତି ଦିଆଯିବ। ତେବେ ବିମାନ ଚଳାଚଳ ପାଇଁ କ’ଣ କଟକଣା ଯାଇଛି, ଜାଣନ୍ତୁ।

-ବିମାନ ଛାଡ଼ିବା ସମୟର ଦୁଇ ଘଣ୍ଟା ଆଗରୁ ଯାତ୍ରୀମାନଙ୍କୁ ଏୟାରପୋର୍ଟରେ ପହଞ୍ଚିବାକୁ ପଡ଼ିବ।

-ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ

-ସମସ୍ତ ଯାତ୍ରୀ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ବାଧ୍ୟ।

-ଯାତ୍ରୀ ନିଜର ସ୍ୱାସ୍ଥ୍ୟ ସମ୍ପର୍କିତ ବିବରଣୀ ଅରୋଗ୍ୟ ସେତୁରେ ପ୍ରଦାନ କରିପାରିବେ କିମ୍ବା ସେଲ୍‌ଫ ଡିକ୍ଲାଏରସନ ଫର୍ମରେ ଦେଇ ପାରିବେ।

-ଯାତ୍ରୀ ଡିଜିଟାଲ ପେମେଣ୍ଟ କରିବେ।

– ସାଙ୍ଗରେ କେବଳ ଗୋଟିଏ ବ୍ୟାଗ୍‌ ଏବଂ ଗୋଟିଏ କ୍ୟାବିନ୍‌ ବ୍ୟାଗ ନେବା ପାଇଁ ଅନୁମତି ମିଳିବ।

– ଦୁର୍ବଳ ଶ୍ରେଣୀର ବ୍ୟକ୍ତି ଯେମିତିକି ବହୁତ୍‌ ବୟସ୍କ, ଗର୍ଭବତୀ, ଶାରୀରିକ ଅସୁସ୍ଥ ବ୍ୟକ୍ତିଙ୍କୁ ବିମାନ ଯାତ୍ରା ପାଇଁ ବାରଣ କରାଯାଇଛି।

-କେବଳ ବ୍ୟକ୍ତିଗତ ଗାଡ଼ି ଓ ଅନୁମତି ପ୍ରାପ୍ତ କ୍ୟାବ୍‌ରେ ହିଁ ଯାତ୍ରୀମାନେ ବିମାନବନ୍ଦରକୁ ଆସି ପାରିବେ।

-ସମସ୍ତ ବିମାନ କର୍ମଚାରୀ ନିଜ ପାଖରେ ସାନିଟାଇଜର ରଖିବେ ଓ ପିପିଇ ପରିନ୍ଧାନ କରିବେ।

-ଆସିବା ବେଳେ କିମ୍ବା ଯିବା ବେଳେ ଟ୍ରଲିର ବ୍ୟବହାର ହୋଇପାରିବ ନାହିଁ। ଜରୁରୀ ସେବା କ୍ଷେତ୍ରରେ ହିଁ ସାନିଟାଇଜ କରି ଏହାକୁ ଅନୁମତି ଦିଆଯିବ।

-ଏୟାରପୋର୍ଟ ଅଧିକାରୀମାନେ ଯାତ୍ରୀଙ୍କ ବ୍ୟାଗଗୁଡ଼ିକୁ ସାନିଟାଇଜ କରିବା ପାଇଁ ବ୍ୟବସ୍ଥା କରିବେ।

-ଟର୍ମିନାଲର ସମସ୍ତ ଗେଟ୍‌ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଖୋଲା ରହିବ

-ଖବରକାଗଜ କିମ୍ବା ମ୍ୟାଗାଜିନ ଟର୍ମିନାଲ ବିଲଡିଂରେ କାହାକୁ ମିଳିବ ନାହିଁ।

-ବିମାନ ଲ୍ୟାଣ୍ଡ କରିବା ପରେ ପର୍ଯ୍ୟାୟକ୍ରମେ ଯାତ୍ରୀଙ୍କୁ ବାହାରକୁ ଆସିବା ପାଇଁ ଅନୁମତି ମିଳିବ।

ମେ’ ୨୫ରୁ ବିମାନ ସେବା ଆରମ୍ଭ ହେଉଥିଲେ ହେଁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପର୍କରେ ସରକାର କିଛି କହିନାହାନ୍ତି।

ସେପଟେ ବେସାମରିକ ବିମାନ ସେବାକୁ ନେଇ ଆଜି ବସୁଛି ବୈଠକ । ବିମାନ ଯାତ୍ରା ଗାଇଡ ଲାଇନ୍‌କୁ ନେଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ସହ ବୈଠକରେ ଆଲୋଚନା କରିବେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ।

 

You might also like